/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648894760.jpg)
Birmaharajpur Block Vice Chairman
ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା । ନିଜ ହାତରେ ନିଜେ ସଫାକଲେ ଅମୃତଧାରା । ଦୀର୍ଘଦିନରୁ ଅଚଳ ଓ ମଇଳା ଆବର୍ଜନା ହୋଇ ପଡି ରହିଥିବା ଅମୃତଧାରାକୁ ନିଜ ହାତରେ ସଫେଇ କରିବା ସହ ତାକୁ ସଚଳ କରାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଦେଖାଇଛନ୍ତି ଏଭଳି ମହନୀୟତା ।
ବୀରମହାରାଜପୁର ମୁଖ୍ୟ ଛକରେ ଥିବା ଅମୃତଧାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘଦିନରୁ ଅଚଳ ହୋଇ ପଡିରହିଥିଲା । ଏବେ ଖରାଦିନ ଆରମ୍ଭ ହୋଇଯିବା ସହ ଜଳକଷ୍ଟ ଦେଖାଦେଲାଣି । ଏଣୁ ବୀରମହାରାଜପୁରକୁ ଆସୁଥିବା ଲୋକେ କିଭଳି ଥଣ୍ଡା ପାନୀୟ ଜଳ ମୁନ୍ଦାଏ ପାଇବେ, ସେନେଇ ପ୍ରାଥମିକତା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ।
ନାରାୟଣ ଲୁହାଂକ ପତ୍ନୀ ଶାନ୍ତି ଲୁହା ଏଥର ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି । ଉତ୍କଳ ଦିବସ ଅବସରରେ ଏଭଳି ଏକ ମହତ କାମ ହାତକୁ ନେଇଛନ୍ତି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ନିଜ ହାତରେ ମଇଳା ସଫା କରିବା ସହ ଏହାକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଇଛନ୍ତି । ନାରାୟଣଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି।
ରିପୋର୍ଟର- ରବିନ୍ଦ୍ର ହୋତା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)