ସଂକ୍ଷେପରେ ଆଜିର ତାଜା ଖବର - Thursday, 03 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗାଈ ପାଇଁ ଏମିତି ପ୍ରେମ କେବେ ଦେଖି ନଥିବେ; କଲେକ୍ଟର ଗାଡି ଆଗରେ ଶୋଇପଡିଲେ

‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ ଆଉ ପ୍ରତିବାଦ । ଆଉ ବୁକୁ ଫଟା କାନ୍ଦ । More

ଭୋଟ୍‌ ବେଳେ ପ୍ରତିଶ୍ରୁତି, ଆଉ ତା’ପରେ ଛୁ

ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା । More

ବନ୍ଧୁ ସାଜିଲା ବଇରୀ: ଚା' ପିଇବାକୁ ଡାକି ରଚିଲା ଅପହରଣର ନାଟକ

ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍‌ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି More

ଦିଲ୍ଲୀ ପ୍ରେସମିଟ୍‌ କଲେ, ରେଲୱେ ବଜେଟ୍‌ରେ ଓଡ଼ିଶାକୁ ରେକର୍ଡ଼ ଟଙ୍କା ମିଳିଛି ବୋଲି ରେଳମନ୍ତ୍ରୀ କହିଲେ

ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା More

ପିଲାଏଁ ରେଡ୍ଡି: ୭ ରୁ ଅଷ୍ଟମ, ୧୪ ରୁ ପ୍ରଥମ

କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । More

ଘରେ ବସି ୟୁଟ୍ୟୁବରୁ କରନ୍ତୁ ଇନକମ୍ ! ଜାଣନ୍ତୁ କେମିତି ହେବ ମୋନିଟାଇଜେସନ୍ ?

ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍‌ ଆଇକନ୍‌ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହେଲେ ଜାଣନ୍ତୁ ଏସବୁ କଥା... More

୭ ରୁ ଖୋଲିବ ସ୍କୁଲ ଓ କଲେଜ୍‌

ଆସନ୍ତା ୭ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ସ୍କୁଲ ନୁହେଁ ବରଂ କଲେଜ୍‌, ୟୁନିଭର୍ସିଟି ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସ୍କୁଲ ଓ କଲେଜ୍‌ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାରି ମଧ୍ୟରେ ୭ରୁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। More

ରାଜ୍ୟସଭାରେ ପିଏମ୍ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି: ପୋର୍ଟାଲ ଖୋଲୁନଥିବାରୁ ୬ଲକ୍ଷ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଭିଯାଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି More

ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ମୟୂରଭଞ୍ଜ ! ପୁଣି ବିଜେପି ନା କମ ବ୍ୟାକ୍ କରିବ ବିଜେଡି?

ରାଜ୍ୟର ସବୁଠୁ ବଡ ଜିଲ୍ଲା, ଆଉ ସମସ୍ୟା ବି ଅଧିକ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ରାସ୍ତାଘାଟ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ଆଜିବି ଲୋକଙ୍କ ପାଖରେ ଅପହଂଚ । More

‘ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ’

ଚଳିତ ବର୍ଷ ଓଡ଼ିଶାକୁ ଦିଆଯାଇଥିବା ରେଳ ଅନୁଦାନ କଂଗ୍ରେସ ସରକାରଙ୍କ ତୁଳନାରେ ୧୦ଗୁଣ ଅଧିକ । More

ବନ୍ଧା ହେଲେ କୋଟିପତି ସରକାରୀ ବାବୁ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। More

‘ସରକାର ଚାହୁଁଛନ୍ତି ଆମେ ସବୁ ମରୁ; ମରିଲେ ମରିବୁ, ହେଲେ...’

ଯୁକ୍ତ ଦୁଇ ପରୀକ୍ଷା ବାତିଲ୍‌ ଦାବିରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି। କରୋନା କାଳରେ ପାଠପଢ଼ା ସମ୍ପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ୍‌ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି। More

ଟଙ୍କା ପାଇଁ ଅପହରଣ କରିବାକୁ ପଛାଇଲାନି ବନ୍ଧୁ : ରାଜଧାନୀରେ ଇଷାନ ଅଗ୍ରୱାଲ ଅପହରଣ ପଛରେ ସାଙ୍ଗ ଧନେଶ୍ୱର

ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ More

'ଘର ତ ଦୂରର କଥା, ଖଣ୍ଡେ ଲାଟିନ୍‌ ବି କରିପାରିଲେନି'

ନିର୍ବାଚନ ଆସିଲା ବେଳକୁ ପ୍ରାର୍ଥୀ କହୁଛନ୍ତି ତମେ ଯାହା ଚାହିଁବ ଆମେ କରିଦେବୁ। More

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ୨୪ ଘଣ୍ଟାରେ ୩,୬୨୯ ପଜିଟିଭ ଚିହ୍ନଟ

ରାଜ୍ୟରେ  ଗୋଟିଏ ଦିନରେ ଆଉ ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧,୫୧୪ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି । More

ନିର୍ବାଚନକୁ ପ୍ରବଳ ବିରୋଧ, ପୋଷ୍ଟର ମାରିଲେ ମାଓବାଦୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର । ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି । More

ଧନକୁ ଦେଖି କାବା ହୋଇଗଲେ ଭିଜିଲାନ୍ସ ଟିମ୍‌

ଯୁଆଡେ ଦେଖିଲେ ସିଆଡେ ପାଇଲେ ଟଙ୍କା, ଗହଣା, ଘର ଓ ଜମି More

ଫ୍ରି-ଫାୟାର ନେଲା ଜୀବନ ! ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ; ବାଡ଼ିରୁ ମିଳିଲା ଝୁଲନ୍ତା ଖପୁରୀ

ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ।  ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଉଦ୍ଧାର ହୋଇଛି। More

ରଙ୍ଗମାଟି ଗାଁରେ ନେତାଙ୍କୁ ପଶିବା ମନା !

ନେତା ଓ ଅଧିକାରୀଙ୍କୁ ସେମାନେ କେତେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ଦେଇ ନାହାନ୍ତି। ତେଣୁ ଏଥର ଲୋକେ ତାତିଛନ୍ତି।  More

ଓଡିଶାରେ ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗର ବୃଦ୍ଧି: ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବୃଦ୍ଧି ପାଉଛି ଲୁଣା ଜଙ୍ଗଲ । ସର୍ଭେ ଅଫ ଇଣ୍ଡିଆ ୨୦୨୧ର ମ୍ୟାନଗ୍ରୁଭ କଭର ରିପୋର୍ଟ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସର୍ବାଧିକ ୮ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ୨ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି । More

ଆଜିଠୁ ବର୍ଷା ! ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜିଠୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଏକାଧିକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। More

ଆଶା ଥିଲା ପୁଅ ଆଉ ଫେରିବନି, କିନ୍ତୁ ହେଲା ଏମିତି..

୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ । More

ହାତରେ ଜୀଅନ୍ତା ମାଛ, ଟିଭି, ଲଣ୍ଠନ, ଛତା ଧରି ପ୍ରଚାର ମଇଦାନରେ ପ୍ରାର୍ଥୀ

ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । More

ପଣ୍ଡ ହେଲା କିଡନାପ୍ ପ୍ଲାନ୍; ଉଦ୍ଧାର ହେଲେ ବ୍ୟବସାୟୀଙ୍କ ପୁଅ

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ। More

ନୂଆ ବଜେଟ୍‌ରୁ ଓଡ଼ିଶାକୁ ମିଳିବ ଅନେକ ଫାଇଦା

କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍‌ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି। More

ସଂକ୍ରମିତ ରାଜ୍ୟରେ ଖୋଲିଲାଣି ସ୍କୁଲ, ହେଲେ ଓଡିଶାରେ ଖୋଲିବ କେବେ ?

ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଲ ଖୋଲିଲାଣି, ହେଲେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ? କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟରେ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଲାଣି । ଯଦିଓ କିଛି ସ୍ଥାନରେ ନବମ ଓ ଦଶମ ପିଲାଙ୍କ ଡାଉଟ୍ କ୍ଲିୟର କ୍ଲାସ୍ ଚାଲିଛି, ହେଲେ ପ୍ରଥମରୁ ଦଶମ ଯାଏଁ କ୍ଲାସରୁମ୍ ପଢ଼ା ଆରମ୍ଭ ହୋଇନି । ଯଦିଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ସପକ୍ଷରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ଭାବିଚିନ୍ତି ନିଷ୍ପତ୍ତି ନିଆଯିବା ଉଚିତ୍ । More