/odishatv-khabar/media/post_attachments/uploadimage/library/16_9/16_9_0/abduction_1643879270.jpg)
abduction
ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ଟଙ୍କା ପାଇଁ ଭୁଲିଗଲା ନିବିଡ଼ ବନ୍ଧୁତ୍ୱ । ଭୁବନେଶ୍ୱର ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ବଡ଼ ଖୁଲାସା । ଇଷାନଙ୍କ ଜଣେ ବନ୍ଧୁ ଧନେଶ୍ୱର ପାତ୍ର ରଚିଥିଲା ଅପହରଣର ପୁରା ପ୍ଲାନ୍ । କ୍ରାଇମ୍ ସିନ୍ ରିକ୍ରେଏଟ୍ ପରେ ଘଟଣା ଉପରୁ ପରଦା ହଟିଛି ।
ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ । କମିଶନରେଟ୍ ପୋଲିସ ଆଜି ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରୁଛି । ଲକ୍ଷ୍ମୀସାଗରର ଇଷାନ ଚା ପିଇବାକୁ ଆସିଥିବା ବେଳେ ତାଙ୍କୁ ଦୁର୍ବତ୍ତମାନେ ଅପହରଣ କରିନେଇଥିଲେ । ତେବେ ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ପୋଲିସ ଇଷାନଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ ।
ନୟାଗଡ଼ ସୁନାଖଳାରୁ ୪ ଅଭିଯୁକ୍ତ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଅପହରଣ ପରେ ୩ଟି ଟିମ୍ ବନାଇଥିଲେ । ଧରାପଡ଼ିବା ଭୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ଠାରୁ ୨୦ରୁ ୩୦ କିମି ଦୂରରେ ରହୁଥିଲେ । ଟ୍ରାପିଂ ଭୟରେ ଜଣେ ଅନ୍ୟ ଜଣକୁ ଫୋନ୍ କରି ଟଙ୍କା ମାଗୁଥିଲେ । ମୋବାଇଲ୍ ଟ୍ରାକିଂ କରି ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ଚଢ଼ଉ କରାଯାଇଥିଲା । ଇଷାନଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ମାଗିଥିଲେ ଅପହରଣକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)