Advertisment

‘ସରକାର ଚାହୁଁଛନ୍ତି ଆମେ ସବୁ ମରୁ; ମରିଲେ ମରିବୁ, ହେଲେ...’

ଯୁକ୍ତ ଦୁଇ ପରୀକ୍ଷା ବାତିଲ୍‌ ଦାବିରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି। କରୋନା କାଳରେ ପାଠପଢ଼ା ସମ୍ପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ୍‌ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Students Demanding Cancellation Of Class 12 Board Exams

Students Demanding Cancellation Of Class 12 Board Exams

ଯୁକ୍ତ ଦୁଇ ପରୀକ୍ଷା ବାତିଲ୍‌ ଦାବିରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି। କରୋନା କାଳରେ ପାଠପଢ଼ା ସମ୍ପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ୍‌ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି। ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଥିବାବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଶତାଧିକ ଛାତ୍ର ଏକାଠି ହୋଇ ବିକ୍ଷୋଭ କରିଛନ୍ତି।

Advertisment

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, କରୋନା କଟକଣା ପାଇଁ ପାଠପଢ଼ା ଠିକ୍‌ରେ ହୋଇପାରିନାହିଁ। ସିଲାବସ୍ ମଧ୍ୟ ସରିନାହିଁ। ଏଭଳି ସ୍ଥିତିରେ ପରୀକ୍ଷା କିପରି କରାଯିବ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି। ଜଣେ ଛାତ୍ରୀ କହିଛନ୍ତି, ‘୨୦% କୋର୍ସ ପାଠପଢ଼ା ଏଯାଏ ଶେଷ ହୋଇନି। ୧୦୦% କୋର୍ସର ପରୀକ୍ଷା କେମିତି ଦେବୁ ? ସରକାର ଚାହୁଁଛନ୍ତି ଆମେ ସବୁ ମରୁ। ସରକାର କ’ଣ ଦେଖିପାରୁ ନାହାନ୍ତି ଓମିକ୍ରନ୍‌ ସମୟରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାର ଅଧିକାର ସରକାରଙ୍କ ନାହିଁ। କେଉଁ ହିସାବରେ ସରକାର ଚାହୁଁଛନ୍ତି ବୋର୍ଡ ପରୀକ୍ଷା ହେଉ। ଆମ ଭବିଷ୍ୟତ ଅନ୍ଧାର, ତେଣୁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ଓମିକ୍ରନ୍‌ ସମୟରେ ମରିଲେ ମରିବୁ, ହେଲେ ଭବିଷ୍ୟତ ଦରକାର। ବିଷ ଖାଇ ମରିବୁ। ଆତ୍ମହତ୍ୟା କରିବୁ, ଏସବୁ କ’ଣ ଠିକ୍‌ ?’

‘ଦୁଇ ବର୍ଷ ହେଲାଣି ପାଠପଢ଼ା ହୋଇନି। ଆମେ କ’ଣ ପଢ଼ିବୁ ? ଆମେ ବୋର୍ଡ ପରୀକ୍ଷା ଦେବୁନି। ବିକ୍ଷୋଭ କରିବୁ, ମଲେ ମରିବୁ। ଆମର ମୃତ୍ୟୁ ହେଲେ ସମୀର ରଞ୍ଜନ ଦାଶ ହିଁ ଦାୟୀ ରହିବେ। କ’ଣ ପାଇଁ ଆମ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ? ସମୀର ରଞ୍ଜନ ଦାଶ କହୁଛନ୍ତି, ଡ୍ରାମା କରୁଛୁ। ଏଠି କ’ଣ ଆମେ ଡ୍ରାମା କରୁଛୁ। ଆମ ଜୀବନ, ଭବିଷ୍ୟତ ସହ ଖେଳୁଛନ୍ତି’ ବୋଲି ଛାତ୍ରୀ ଜଣକ କହିଛନ୍ତି। 

Advertisment

CHSE Class 12 Board Exams
Advertisment
Advertisment