• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: ସରକାରୀ ବାବୁଙ୍କ ଅଚଳାଅଚଳ ସମ୍ପତ୍ତି ଦେଖି କାବା ହୋଇଗଲା ଭିଜିଲାନ୍ସ। ଲକ୍ଷେ କି ୨ ଲକ୍ଷ ନୁହେଁ, ଯୋଗାଣ ଅଧିକାରୀଙ୍କ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରି ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଚଢାଉ ବେଳେ କଟକ ମଧୁପାଟଣା ବାଲିସାହିରେ ୨ ମହଲା କୋଠା,  ଚାଉଳିଆଗଞ୍ଜରେ ୪ ମହଲା ଘର,  ବାଲିସାହିରେ ଏକ ୩ ମହଲା ବିଶିଷ୍ଟ ନଟରାଜ କଲ୍ୟାଣ ମଣ୍ଡପ ଠାବ କରିଛି ଭିଜିଲାନ୍ସ। ଏଥିସହ ଚୌଦ୍ୱାରରେ ୩ ଏକର ଫାର୍ମ ହାଉସ, ବାଲିସାହିରେ ୩ଟି ଏବଂ ଚାଉଳିଆଗଞ୍ଜରେ ଗୋଟିଏ ପ୍ଲଟ ଠାବ ହୋଇଛି।

ସେହିପରି ୧ କୋଟି ୧୭ ଲକ୍ଷର ବୀମା, ପ୍ରାୟ ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଅଧ କିଲୋ ସୁନା ଅଳଙ୍କାର ଓ ଅଢେଇ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍‌ପି, ୧୨ ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏଯାଏ ସଂପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନାହିଁ।