• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଜେପି କହିଲା ରାଜ୍ୟରେ ଆବାସ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାର

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି । ୩ ବର୍ଷରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖଥିଲେ ବି ପୋର୍ଟାଲ ଖୋଲାଯାଉ ନଥିବା କହିଛନ୍ତି ସସ୍ମିତ ।

ଫଳରେ ଯୋଜନାରୁ ଲାଭ ପାଇବାକୁ ଥିବା ପଶ୍ଚିମ, ଦକ୍ଷିଣ ଓ କେବିକେ ଜିଲ୍ଲାର ଆଦିବାସୀ ବଞ୍ଚିତ ହେଉଥିଛନ୍ତି । ତେବେ ଗତ ଜାନୁଆରୀ ୧୩ରେ କର୍ଣ୍ଣାଟକ ପାଇଁ ଆବାସ ପୋର୍ଟାଲ ଖୋଲି ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ଘର ଯୋଡ଼ା ଯାଇଥିବା ବିଜେଡି ଉଦାହରଣ ଦେଇଛି । ତେଣୁ ଓଡ଼ିଶା ପାଇଁ ମଧ୍ୟ ଆବାସ ପୋର୍ଟାଲ ଖୋଲି ଆଦିବାସୀ ହିତାଧିକାରୀଙ୍କ ଲାଭ ପାଇଁ ୬ ଲକ୍ଷ ଘର ଯୋଡ଼ିବାକୁ ଦଳ ରାଜ୍ୟସଭାରେ ଦାବି କରାଯାଇଛି ।

ଅନ୍ୟପଟେ ବିଜେପି କହିଛି ଆବାସ ଯୋଜନା ବଣ୍ଟନରେ ରାଜ୍ୟରେ ହଜାରେ କୋଟିର ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଫିସର ମାନେ ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଅଡିଟ୍ କରିଥିଲେ । ଯେଉଁଥିରେ ହଜାରେ କୋଟିର ଆବାସ ଦୁର୍ନୀତି ଧରାପଡ଼ିଥିଲା ବୋଲି ବିଜେପି କହିଛି ।

ଏନେଇ ୨୦୨୦ ଏପ୍ରିଲରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇସାରିଛନ୍ତି କେନ୍ଦ୍ରୀୟ ଟିମ୍ । ଏଯାଏଁ ରାଜ୍ୟ ସରକାର କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।