• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି, ଯାହା ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନ ତୁଳନାରେ ୧୦ ଗୁଣ ଅଧିକ । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା ।  ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । 

୨୦୧୪ରୁ ୧୯ ପର୍ଯ୍ୟନ୍ତ ହାରାହାରି ବାର୍ଷିକ ୪୧୨୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୯-୨୦ରେ ୪ହଜାର ୫୬୮, ୨୦-୨୧ରେ ୫ ହଜାର ୨୯୬ କୋଟି ଦିଆ ଯାଇଥିଲା । ୨୦୨୧-୨୨ରେ ପ୍ରଥମେ ୫ ହଜାର ୯୨୧ ଓ ପରେ ୫୫୦ କୋଟି ଦିଆ ଯାଇଥିଲା । ସେହିପରି ୨୦୨୧-୨୨ରେ ମୋଟ ୬୪୭୧ କୋଟି ଦିଆଯାଇଥିଲା ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସହ ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଏଯାଏ ୫୦% ଜମି ଅଧିଗ୍ରହଣ ହୋଇଛି, ରାଜ୍ୟ ଜମି ଦେଲେ କାମ ଆରମ୍ଭ ହେବ ।

ଏଥର ବଜେଟରେ ୯୮.୭ କିମିର ଅନୁଗୋଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା, ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର ହୋଇଛି । ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ–ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଦିଆଯାଇଛି ।

ସେହିପରି ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି । ଜୟପୁର–ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।