Advertisment

୭ ରୁ ଖୋଲିବ ସ୍କୁଲ ଓ କଲେଜ୍‌

ଆସନ୍ତା ୭ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ସ୍କୁଲ ନୁହେଁ ବରଂ କଲେଜ୍‌, ୟୁନିଭର୍ସିଟି ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସ୍କୁଲ ଓ କଲେଜ୍‌ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାରି ମଧ୍ୟରେ ୭ରୁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
School

School

ଆସନ୍ତା ୭ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ସ୍କୁଲ ନୁହେଁ ବରଂ କଲେଜ୍‌, ୟୁନିଭର୍ସିଟି ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସ୍କୁଲ ଓ କଲେଜ୍‌ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାରି ମଧ୍ୟରେ ୭ରୁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବା ନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ୭ରୁ ଖୋଲିବା ନେଇ ସୂଚନା ମିଳିଛି। ଏହାସହ କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ବି ଖୋଲିବ। ଏହାସହ ସ୍କୁଲ, କଲେଜ ସହ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। । କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ/ଅନଲାଇନ କ୍ଲାସ କରିପାରିବେ। ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇ ପାରିବେ ବିଭିନ୍ନ ବିଭାଗ ବୋଲି ମୁଖ୍ୟ ସଚିବ କହିଛନ୍ତି।

School Reopen
Advertisment
Advertisment