/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643883682.jpg)
ACSO ରତ୍ନାକର ସେଠୀ
କଟକ: ବନ୍ଧା ହେଲେ କୋଟିପତି ACSO। ଗିରଫ ହେଲେ ନୂଆପଡ଼ାର କୋଟିପତି ACSO ରତ୍ନାକର ସେଠୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଉଭୟ ପତି-ପତ୍ନୀଙ୍କ ନାଁରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା। ଗତକାଲି ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରି ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢାଉ ବେଳେ କଟକ ମଧୁପାଟଣା ବାଲିସାହିରେ ୨ ମହଲା କୋଠା, ଚାଉଳିଆଗଞ୍ଜରେ ୪ ମହଲା ଘର, ବାଲିସାହିରେ ଏକ ୩ ମହଲା ବିଶିଷ୍ଟ ନଟରାଜ କଲ୍ୟାଣ ମଣ୍ଡପ ଠାବ କରିଛି।
ଭିଜିଲାନ୍ସ ଏଥିସହ ଚୌଦ୍ୱାରରେ ୩ ଏକର ଫାର୍ମ ହାଉସ, ବାଲିସାହିରେ ୩ଟି ଏବଂ ଚାଉଳିଆଗଞ୍ଜରେ ଗୋଟିଏ ପ୍ଲଟ ଠାବ ହୋଇଛି। ସେହିପରି ୧ କୋଟି ୧୭ ଲକ୍ଷର ବୀମା, ପ୍ରାୟ ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଅଧ କିଲୋ ସୁନା ଅଳଙ୍କାର ଓ ଅଢେଇ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍ପି, ୧୨ ଜଣ ଇନସ୍ପେର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)