• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟ୍ୟୁବ ଆଡେ ମୁହାଁଇଛି ଯୁବପିଢି। ଦିନ ହେଉ କି ରାତି ସବୁବେଳେ ଏମାନେ ୟୁଟ୍ୟୁବରେ ମସଗୁଲ । କେବଳ ଭିଡିଓ ଦେଖି ଏନଜୟ କରୁ ନାହାଁନ୍ତି, ୟୁଟ୍ୟୁବରୁ ରୋଜଗାର ମଧ୍ୟ କରୁଛନ୍ତି। ଏଥିପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି । ଆପଣ ବି ଚାହିଁଲେ ଘରେ ବସି ୟୁଟ୍ୟୁବରୁ ରୋଜଗାର କରି ପାରିବେ। କେବଳ ଏତିକି କଥା ଜାଣିଲେ ୟୁଟ୍ୟୁବ ଚାନେଲରୁ କରି ହେବ ଇନକମ୍।

ପ୍ରଥମେ ଆପଣଙ୍କୁ ଏକ ଇମେଲ ଆଇଡି ଖୋଲିବାକୁ ହେବ। ଯଦି ଅଛି, ତେବେ ୟୁଟ୍ୟୁବ ସାଇନ ଇନ କରନ୍ତୁ । ଆପଣ ଚାହିଁଲେ ନିଜ ଜିମେଲ ଆଇଡିରେ ମଧ୍ୟ ୟୁଟ୍ୟୁବ ସାଇନ ଇନ କରିପାରିବେ। ଏହା ପରେ ପ୍ରୋଫାଇଲ ପିକଚର ଉପରେ କ୍ଲିକ କଲେ କ୍ରିଏଟ ଚ୍ୟାନେଲ ଅପ୍ସନ ନଜର ଆସିବ । ଏଠାରେ ଆପଣଙ୍କୁ ଚ୍ୟାନେଲ କ୍ରିଏଟ କରିବାର ଏକ ପ୍ରଶ୍ନ ଆସିବ। ସେଠାରେ ନିଜର ସମସ୍ତ ଡିଟେଲ୍ସକୁ ଭଲ ଭାବେ ଚେକ କରି କ୍ରିଏଟ ଚ୍ୟାନେଲ ପାଇଁ ଥିବା ଅପ୍ସନକୁ କନଫର୍ମ କରି ଦିଅନ୍ତୁ । ଏବେ ଆପଣ ନିଜ ୟୁଟ୍ୟୁବ ଚାନେଲରେ ଭିଡିଓ ଅପଲୋଡ କରିବାକୁ ସକ୍ଷମ ହୋଇ ପାରିବେ। ଧିରେ ଧିରେ ଆପଣ ଭିଡିଓ ଅପଲୋଡ କରନ୍ତୁ ।

ମୋନିଟାଇଜ ପ୍ରକ୍ରିୟା

ୟୁଟ୍ୟୁବ ଚ୍ୟାନେଲକୁ ମୋନିଟାଇଜ କରିବା ପାଇଁ କିଛି ସର୍ତ୍ତ ରହିଛି। ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବା ବେଳେ ଏକ ନିର୍ଦ୍ଧିଷ୍ଟ ଥିମ ଉପରେ କାମ କରିବାକୁ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କ ଚ୍ୟାନେଲ ଶୀଘ୍ର ଏବଂ ସହଜରେ ମୋନିଟାଇଜ ହୋଇଯିବ। ନିକଟରେ ୟୁଟ୍ୟୁବ୍ ଏହାର ମୋନିଟାଇଜେସନ ପଲିସିରେ କିଛିଟା ପରିବର୍ତ୍ତନ କରିଛି। ବର୍ତ୍ତମାନ ମୋନିଟାଇଜେସନ ପାଇଁ ଏସବୁ ସର୍ତ୍ତ ପୂରଣ କରିବାକୁ ହେବ।

  1. ପ୍ରଥମେ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧୦୦୦ ଅର୍ଗାନିକ୍‌ ସବସ୍କ୍ରାଇବର୍ସ ହେବା ଉଚିତ।
  2. ଆପଣଙ୍କ ଚ୍ୟାନେଲରେ ୧୨ ମାସରେ ୪ ହଜାର ଘଣ୍ଟାର ୱାଚ ଟାଇମ ହେବା ଉଚିତ।

ଆପଣଙ୍କ ୱାଚ ଟାଇମ ଗଣିବା ପାଇଁ ୟୁଟ୍ୟୁବ ଆପଣଙ୍କ ଲାଇଭ ଷ୍ଟ୍ରିମିଂ ଏବଂ ଆପଣଙ୍କ ଭିଡିଓର ଯାଞ୍ଚ କରିଥାଏ। ଅନଲିଷ୍ଟେଡ ଭିଡିଓ, ଡିଲିଟେଡ ବା ପ୍ରାଇଭେଟ ଭିଡିଓ, ଆଡଭରଟାଇଜିଂ କ୍ୟାମ୍ପେନ ଓ ୟୁଟ୍ୟୁବ ସର୍ଟ୍ସକୁ ଏଥିରେ ଗଣାଯାଏନି।

ୟୁଟ୍ୟୁବର ସମସ୍ତ ଗାଇଡଲାଇନକୁ ଫଲୋ କରି ଆପଣ ଥରେ ମୋନିଟାଇଜେସନର ସର୍ତ୍ତ ପୂରା କରିବା ପରେ ୟୁଟ୍ୟୁବର ଆଡସେନ୍ସ ସହିତ ଯୋଡି ହୋଇ ପାରିବେ । ମୋନିଟାଇଜେସନର ସମସ୍ତ ସର୍ତ୍ତ ପୂରା ହେବା ପରେ ଆପଣଙ୍କ ପାଖକୁ ୟୁଟ୍ୟୁବରୁ ମେଲ ଆସିବ। ଏହା ପରେ ଆପଣ ମୋନିଟାଇଜେସନ ଉପରେ କ୍ଲିକ କରିବେ। ଏହା ପରେ ୟୁଟ୍ୟୁବ ଆପଣଙ୍କୁ ମୋନିଟାଇଜ କରିବା ପୂର୍ବରୁ ଚ୍ୟାନେଲ ଚେକ କରିବ।

ସମସ୍ତ ସର୍ତ୍ତ ପୂରା ହେବା ପରେ ଆପଣଙ୍କ ପାଖରେ ୟୁଟ୍ୟୁବରୁ ମେଲ୍ ଆସିବ ଯେଉଁଥିରେ ଆପଣଙ୍କୁ ମୋନିଟାଇଜେସନ ପ୍ରକ୍ରିୟା ସହିତ ଯୋଡିହେବା ଏବଂ ଆଡସେନ୍ସରେ ସାମିଲ ହେବାର ସୂଚନା ଦିଆଯିବ। ଏହା ପରେ ଚ୍ୟାନେଲ୍ ଭେରିଫାଏ ହେବାର ଏକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ଏହି ସମସ୍ତ ପ୍ରକ୍ରିୟା ପୂରଣ ହେବା ପରେ ଆପଣ ୟୁଟ୍ୟୁବ ଆଡସେନ୍ସର ଅଂଶ ହୋଇଯାଏ ଏବଂ ପରେ ଆପଣ କଣ୍ଟେଣ୍ଟରୁ ଆୟ କରିବାକୁ ସମର୍ଥ ହୋଇଯିବେ।

ଦେଶରେ ଅନେକ ୟୁଥ ଆଇକନ ଅଛନ୍ତି ଯେଉଁମାନେ ୟୁଟ୍ୟୁବ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ମଧ୍ୟ ୟୁଟ୍ୟୁବ ଜରିଆରେ ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆଜି ଆପଣ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରି ଭଲ ଇନକମ କରି ପାରିବେ। ଦିନେନା ଦିନେ ଆପଣବି ୟୁଟ୍ୟୁବରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା।