ସଂକ୍ଷେପରେ ଆଜିର ତାଜା ଖବର - Tuesday, 18 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ: ମୁଖ୍ୟମନ୍ତ୍ରୀ

ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। More

ପ୍ରତି ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଲଙ୍ଗ୍ କୋଭିଡ୍‌ର ଶିକାର

ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା। More

ମାତ୍ର ୫ହଜାର ଟଙ୍କାରେ ପୁଅ କି ଝିଅ ଚିହ୍ନଟ କରୁଥିଲା ନକଲି ଡାକ୍ତର

ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା? More

ମହାପ୍ରସାଦ ଛୁଇଁ ଶପଥ କରିବାକୁ କହିଲେ ବିଜେଡି ନେତା

ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି। More

ଦଳରୁ ବିଦା ହୋଇ ବି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ପ୍ରଶାନ୍ତ

ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ  ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି । More

ନିର୍ବାଚନୀ ସଭାରେ ଯୋଗଦେଇ ଫସିଲେ CDPO ଓ କଲେଜ ପ୍ରିନିସିପାଲ, ନିଲମ୍ବନ ନିଦ୍ଦେର୍ଶ

ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । More

ବହୁ ଚର୍ଚ୍ଚିତ ଶୁଆ କୋକୋ ଘରେ ବନ ବିଭାଗର ଚଢ଼ାଉ

କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ତାପରେ.. More

ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ, ଦେଖନ୍ତୁ ଏହି ଭିଡିଓ..

୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । More

କମ୍ ଖର୍ଚ୍ଚରେ ତିଆରି କରନ୍ତୁ ‘ବ୍ରେଡ୍ ପିଜ୍ଜା’

ଆପଣ ସଂଧ୍ୟା ଓ ସକାଳର ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ତେବେ ଚିନ୍ତା ନକରି ଆଜି ହିଁ ଘରେ ବନାନ୍ତୁ ‘ବ୍ରେଡ୍ ପିଜ୍ଜା’ । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ‘ବ୍ରେଡ୍ ପିଜ୍ଜା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

୧୨ ଦିନ ପରେ ଘରକୁ ଫେରିଲା ‘କୋକୋ’, କାହାକୁ ମିଳିଲା ୫ ହଜାର ଟଙ୍କା

କଟକ ତୁଳସୀପୁର ଅଞ୍ଚଳରୁ ଉଡିଯାଇଥିବା ଶୁଆ କୋକୋକୁ ପୁଣି ଫେରି ପାଇଛନ୍ତି ମାଲିକ ପ୍ରଫେସର ସସ୍ମିତା ବେହେରା । ଗତକାଲି ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ ଶୁଆ ମିଳିଥିଲା । More

ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ, ସାର ଭର୍ତ୍ତି ଗୋଦାମରେ ରହୁଛି ପିଲାଙ୍କ ଖାଦ୍ୟ

ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଲ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା  । More

ବାପାଙ୍କ ଶେଷ ଇଚ୍ଛା ପୁରଣ କଲା ପୁଅ, ମରଶରୀରକୁ ପୋଡ଼ିଲାନି କି ପୋତିଲାନି !

ବଞ୍ଚିଥିଲା ବେଳେ ଘର ଲୋକଙ୍କୁ କହିଥିଲେ ମଲା ପରେ ଶରୀରକୁ ପୋଡିବନି କି ପୋତି ଦେବନି । ଏକ ମହାନ କାର୍ଯ୍ୟରେ ଲଗାଇବ । ଏବେ ପୁଅ ବୋହୂ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି । More

କରୋନାକୁ ନେଇ ଏବେ ସମସ୍ତେ କନ୍‌ଫ୍ୟୁଜ୍‌ ! ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କିଛି କହିହେବନି

ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି । More

ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ SECଙ୍କ ବଡ଼ ଘୋଷଣା

ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି । More

ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ

ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା। ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା। ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ । More

ରାଜ୍ୟରେ ପୁଣି ୧୧,୦୮୬ କରୋନା ଆକ୍ରାନ୍ତ

ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି । More

ଗିରି ମାର୍କେଟ୍‌ ଅବସ୍ଥା ନକହିଲେ ଭଲ, ଦୋକାନୀ ଏଠି ଜୀବନକୁ ପାଣି ଛଡ଼ାଇ କରୁଛନ୍ତି ବ୍ୟବସାୟ

କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି । More

Daily Horoscope 18 Jan 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୮ ତାରିଖ, ମଙ୍ଗଳବାର, ମକର ୫ ଦିନ, କୃଷ୍ଣପକ୍ଷ ପ୍ରତିପଦା ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । More

ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା, ପୁଣି ସୁମିତଙ୍କ ପରିବାରକୁ ଲାଗିଲା ଝଟ୍‌କା

ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ । More

ହୋଟେଲ ସିଲ୍‌ ବେଳେ ଭିତରେ ରହିଗଲେ ମାଲିକ, ତାପରେ..

ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ । More

ଦୁର୍ଦ୍ଦଶାରେ ଢିଙ୍କିଆବାସୀ ! ପୋଲିସ ଭୟରେ କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି

ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ । More

‍ବ୍ୟାଙ୍କ ଲକରରେ ଥିବା ଆପଣଙ୍କ ଅଳଙ୍କାର ସୁରକ୍ଷିତ ଅଛି ତ ?

ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ? More

Panchayat Election: ଏଠି ନିଲାମ ହେଉଛି ସରପଞ୍ଚ ପଦବୀ ! ୪୪ ହଜାର ଟଙ୍କା ଦେଇ ସୁଶାନ୍ତ କଣିନେଲେ ପଦ..

ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ । More