• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୮ ତାରିଖ, ମଙ୍ଗଳବାର, ମକର ୫ ଦିନ, କୃଷ୍ଣପକ୍ଷ ପ୍ରତିପଦା ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।

ଆଜି ମକର ରାଶିର ଘାତବାର

ଆଜି ଯୋଗିନୀ ପୂର୍ବ ଦିଗରେ ରହିବେ

ପାଣି କଖାରୁ ଖାଇବା ମନା

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- କାର୍ଯ୍ୟସ୍ଥଳରେ ସହଯୋଗୀ ମାନଙ୍କ ସହ ବାଦ ବିବାଦ ଦେଖାଦେଇପାରେ । ଗୁପ୍ତ ଶତୃମାନେ ହଇରାଣ ହରକତ କରି ପାରନ୍ତି, ସତର୍କ ରୁହନ୍ତୁ । ଅଯଥା ବ୍ୟୟ ମଧ୍ୟ ଚିନ୍ତାର କାରଣ ହେବ।

ପ୍ରତିକାର:- ନାଲି ରଙ୍ଗର ବ୍ୟବହାର କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ ।

ବୃଷ:- ପାରିବାରିକ ଏବଂ ସନ୍ତାନ ସୁଖରେ ସୁଖୀ ହେବେ । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ ମଧ୍ୟ କରିବେ । ଭୂମି ଭବନ ବାହନ କ୍ରୟ ପାଇଁ ମନ ବଳାଇବେ ।

ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ଧଳା ରଙ୍ଗର ବ୍ୟବହାର କରନ୍ତୁ ।

ମିଥୁନ:- ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ନିଜର ମନ ପସନ୍ଦର ଦ୍ରବ୍ୟହାନି ହୋଇପାରେ । ପରିବାରରେ ବିଶୃଙ୍ଖଳା ଯୋଗୁଁ ମନରେ ଅଶାନ୍ତି ଭାବ ରହିବ ।

ପ୍ରତିକାର:- ଶ୍ରୀଗଣେଶଙ୍କୁ ଆରାଧନା କରନ୍ତୁ ।

କର୍କଟ:- ଆର୍ଥିକ ସ୍ଥିତି ଭଲ ରହିବ । ନୂତନ ଆୟର ପନ୍ଥା ମିଳିପାରେ । ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରନ୍ତୁ ।

ସିଂହ:- କର୍ମ କ୍ଷେତ୍ରରେ ଅଯଥା ବିବାଦ ଦେଖାଦେଇପାରେ । ବନ୍ଧୁବାନ୍ଧବଙ୍କ ସହିତ ମତାନ୍ତର ଏବଂ ମନାନ୍ତର ମଧ୍ୟ ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ବୁଦ୍ଧି ଲଗାଇ ଲାଭବାନ ହେବେ ।

ପ୍ରତିକାର:- ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ ।

କନ୍ୟା:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସମାଜସେବାରେ ମନ ନିବେସ କରିବେ । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ ।

ପ୍ରତିକାର:- ସବୁଜ ରଙ୍ଗର ବ୍ୟବହାର କରନ୍ତୁ ।

ତୁଳା:- କର୍ମ କ୍ଷେତ୍ରରେ ସଫଳତା ପାଇବେ । ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ପାଇବେ ଏବଂ ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ ।

ପ୍ରତିକାର:- ନୀଳ ରଙ୍ଗର ବ୍ୟବହାର କରନ୍ତୁ ।

ବିଛା:- ପୂର୍ବରୁ ଅଟକିଥିବା କାର୍ଯ୍ୟକୁନେଇ ଚିନ୍ତିତ ରହିବେ । ସାମାନ୍ୟ କଥାରେ ସହଯୋଗୀଙ୍କ ସାଙ୍ଗରେ ବଚସା ହୋଇପାରେ । ପାରିବାରିକ ଶାନ୍ତି ଅନୁଭବ କରିବେ ।

ପ୍ରତିକାର:- ନାଲି ରଙ୍ଗର ବ୍ୟବହାର କରନ୍ତୁ ।

ଧନୁ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହୋଇପାରେ । ସତର୍କ ହୋଇ ଯାନ ବାହନ ଚଳାଇବେ, ଆଘାତ ଲାଗିବାର ସମ୍ଭାବନା ରହିଛି ।

ପ୍ରତିକାର:- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ମକର:- କର୍ମକ୍ଷେତ୍ରରେ ଉଚ୍ଚ ପଦ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । ସହଯୋଗୀ ମାନେ ସାହାଯ୍ୟର ହାତ ବଢାଇବେ । ପରିବାରରେ ଶାନ୍ତି ପାଇବେ, ଯାନ ବାହନ ସତର୍କ ହୋଇ ଚଳାନ୍ତୁ ।

ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରନ୍ତୁ ।

କୁମ୍ଭ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଦ୍ରବ୍ୟ ଘରପାଇଁ କ୍ରୟ କରିବେ । ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଅଧିକ ସମୟ ଅତିବାହିତ କରିବେ ।

ପ୍ରତିକାର:- ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ ।

ମୀନ:- କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ପ୍ରତିକାର:- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଚନ୍ଦନତିଳକ ମଥାରେ ଲଗାନ୍ତୁ ।