• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ବ୍ରେଡ୍ ପିଜ୍ଜା'

ପିଜ୍ଜା ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ସେଥିପାଇଁ ସାଧାରଣତଃ ଆମେ ବାହାରୁ ଅର୍ଡର କରି ଖାଇଥାଉ । କିନ୍ତୁ ଆପଣ କେବେ ଘରେ ବ୍ରେଡ୍ ରେ ତିଆରି ପିଜ୍ଜା ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ବ୍ରେଡ୍ ପିଜ୍ଜା’ । ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବ୍ରେଡ୍ ପିଜ୍ଜା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା, ମୋଜରିଲା ଚିଜ୍ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ରରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ।
  • ଏବେ ଏଥିରେ ସୁଜି ଏବଂ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ।
  • ଏବେ ବ୍ରେଡ୍‌ ସ୍ଲାଇସ୍‌ ଉପରେ ଏକ ଚାମଚ ପ୍ରସ୍ତୁତ ଘୋଳ ନିଅନ୍ତୁ।
  • ଏବେ ଯେଉଁ ପଟେ ସୁଜି ଲାଗିଥିବ ସେହି ସାଇଡକୁ ଧୀମା ଆଞ୍ଚରେ ସେକନ୍ତୁ।
  • ଏହାପରେ ଏହାକୁ ଓଲଟାଇ ଚିଜ୍‌ ଲଗାଇ ଧୀମା ଆଞ୍ଚରେ ଘୋଡାଇ ରଖନ୍ତୁ।
  • ଚିଜ୍ ମେଲ୍ଟ ହୋଇଗଲାପରେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବ୍ରେଡ୍ ପିଜ୍ଜା’। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଗରମା ଗରମ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

bread pizzabread pizza