ସଂକ୍ଷେପରେ ଆଜିର ତାଜା ଖବର - Thursday, 06 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚିତଫଣ୍ଡ୍ ପରେ ଲୋକଙ୍କୁ ଲୁଟୁଛନ୍ତି କି ସୁନା ବନ୍ଧକ ଋଣ ସଂସ୍ଥା?

ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ।  More

ଶ୍ୱଶୁର ଘର ଭିତରକୁ ପ୍ରବେଶ କଲେ ତପସ୍ୱିନୀ

କୋର୍ଟଙ୍କ ରାୟ କପି ଆସିବା ପରେ  ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। More

ଖୁବ୍‌ଶୀଘ୍ର ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର-୨୭୨ ପୋଷ୍ଟ ଅଫିସ

ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର । More

ଦେଶରେ ବିସ୍ଫୋରଣ, ରାଜ୍ୟରେ ବି ଅସମ୍ଭାଳ

ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। More

ବଢ଼ିଲା ସାଂସଦ-ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି । More

ତପସ୍ୱିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନାହିଁ: ସୁମିତଙ୍କ ଓକିଲ

ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍‌ରେ ତପସ୍ୱିନୀ ଅଛନ୍ତି। ା More

ପୁରୀରେ ଭକ୍ତଙ୍କ ପାଇଁ ମହଙ୍ଗା ହେବ ରହିବା, ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତ ନିବାସ

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ । More

ନୂଆ ଚାକିରିଆଙ୍କୁ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା କଷ୍ଟ, ପଢ଼ନ୍ତୁ କ’ଣ ରହିଛି ଟ୍ରେଣ୍ଡ..

ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍‌ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ । More

ସବୁ ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍‌, କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ

ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଅହୋରାତ୍ର କାମ କରିବ କଣ୍ଟ୍ରୋଲ ରୁମ୍ । ଆକ୍ରାନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କଣ୍ଟ୍ରୋଲ ରୁମ୍‌କୁ ଆମ୍ବୁଲାନ୍ସ ଦିଆଯିବ ଓ ହୋମ୍ ଆଇସୋଲେସନରେ ଥିବା ସବୁ ଆକ୍ରାନ୍ତଙ୍କ ତଥ୍ୟ କଣ୍ଟ୍ରୋଲ ରୁମ୍ ବି ସଂଗ୍ରହ କରିବ ବୋଲି କୁହାଯାଇଛି । More

ଏୟାରପୋର୍ଟରେ ପାଦ ଥୋଇଲେ କରୋନା ଟେଷ୍ଟ ବାଧ୍ୟତାମୂଳକ !

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ । More

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ୍ ହୋଇ ଜୀବନ ହରାଇଲେ ପ୍ରସୂତି

ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି । More

କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ସମେତ ୩ କର୍ମଚାରୀ କରୋନା ପଜିଟିଭ୍‌

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍‌କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। More

ରାଜ୍ୟ ପୁଣି ବର୍ଷା, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ୧୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । More

ମାହାଙ୍ଗା ଡବଲ ମର୍ଡର ଘଟଣା: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ଦିନ କାଳ ଧୀରେ ଧୀରେ ସରିବ

କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା । More

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି। More

ଓଡ଼ିଶାରେ ଆଗକୁ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। More

ଗଣିତ ପଢା ସାଙ୍ଗକୁ ସ୍ନାକ୍ସ ଖିଆ: ଏଭଳି କିଛି ନିଆରା ପ୍ରୟାସ କରିଛନ୍ତି ଏହି ଯୁବକ..

ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଶିଖରପୁର ଅଞ୍ଚଳର । More

ଓଡ଼ିଶାରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ !

ରାଜ୍ୟରେ ପ୍ରଥମ-ଓମିକ୍ରନ୍‌ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।  More

ଭୁବନେଶ୍ୱରରେ ଆଉ ୪ ସ୍ଥାନ କଣ୍ଟେନମେଣ୍ଟ ଜୋନ୍

ଗତକାଲି BMCରେ ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। More

ବଡଦାଣ୍ଡରେ କାମ କରୁନାହିଁ ଟ୍ୟାପ୍‌, ସୁବିଧାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ

ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍‌ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି । More

ଆ଼ହତ ଭାଲୁକୁ ଉଦ୍ଧାର କଲା ବନବିଭାଗ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା ବନବିଭାଗ । ଭାଲୁଟି ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଉଛି । More

‘ଠିକ୍‌ ଭାବେ ଘର ସଫା ସୁତୁରା ହୋଇନି, ପୁରା କ୍ଲିନ୍‌ ହେଲା ପରେ ମୁଁ ରହିବି’

କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେବି ସ୍ୱାମୀ ସୁମିତ୍‌ ସାହୁଙ୍କ ଘର ଗ୍ୟାରେଜ୍‌ରେ ରହୁଛନ୍ତି ତପସ୍ୱିନୀ ଦାଶ। More

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨୪ ଘଣ୍ଟାରେ ୧,୮୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୬୯

ଆଜି ବି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More

Daily Horoscope 06 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ତା ୬ ତାରିଖ ଗୁରୁବାର ଧନୁ ୨୨ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ... More

ଗୁହାରି ଜଣାଇବାକୁ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ, ହେଲେ ବିଷ ଖାଇଦେଲେ...

ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  More

ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ୍‌

ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା । More

ଡରାଇଲାଣି ଓମିକ୍ରନ୍‌ ! ଦିନକରେ ୩୭ରୁ ୬୧ ସଂକ୍ରମିତ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ । More

ରାଜ୍ୟରେ ବଢୁଛି ସାଇବର ଅପରାଧ: କର୍ମଚାରୀ ଅଭାବରୁ ଖସିଯାଉଛନ୍ତି ବଡ଼ ଅପରାଧୀ

ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ More

ନୂଆ ଭୋଟର ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍

ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ । More

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ପ୍ରକଳ୍ପ କିନ୍ତୁ ପାଣି ପାଉନାହାନ୍ତି ପର୍ଯ୍ୟଟକ

ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା More