• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ଆଗାମୀ ଦୁଇ ତିନି ଦିନ ଯାଏଁ ଦେଖାଯିବ ଘନ କୁହୁଡି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ପାଗରେ ବିଶେଷ ପରିବର୍ତ୍ତନ ହେବନି । ତେବେ ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି ।

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ  କଟକ, କେନ୍ଦ୍ରାପଡ଼ା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଏପରିକି ଭୁବନେଶ୍ୱରରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଥିଲା । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଉପୁଜିଥିଲା ।

ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡି । ରାଜଧାନୀ ଭୁବନେଶ୍ୱର ସମେତ ବଣାଇ ଅଞ୍ଚଳରେ କୁହୁଡି ଯୋଗୁ ଯାତାୟାତରେ ବାଧା ଉପୁଜିଛି । ବଣାଇ ଅଞ୍ଚଳରେ କୁହୁଡି ଯୋଗୁ ରାସ୍ତାରେ ଯାନବାହାନ ଚଳାଇବା କଷ୍ଟକର ବ୍ୟାପାର ହୋଇପଡିଛି ।