• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସରିଲା ଶୀତ, କାଲିଠୁ କଲବଲ କରିବ ଖରା । ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ। ସପ୍ତାହେ ଯାଏ ଗରମ ସହ ଟାଇଁ ଟାଇଁ ଖରାରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ ସମସ୍ତ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଅନୁଭବ ହେବ। ଏବେ ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 

ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକ ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି ।  ଆସନ୍ତା ୨୪ ଘଣ୍ଟାରେ ୨୪ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । 

ଅଧିକ ପଢ଼ନ୍ତୁ: ମାଘ ମାସରେ ଶୀତ ଗାଏବ, ୩ ଦିନ ଯାଏ କଲବଲ କରିବ କୁହୁଡି!

ମାଲକାନଗିରି, କୋରାପୁଟ,ରାୟଗଡା,ଗଜପତି ଗଂଜାମ ,କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ୩୧ ତାରିଖରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିବ। 

ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କିଛି ଦିନ ତଳେ କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଥିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ୨୩ ତାରିଖରେ କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ । ଯାହା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ମାଳଭୂମିରୁ ହଠାତ୍ ଉଭାନ ହୋଇଯାଇଛି ଶୀତ । ରାତିରେ ହାଲକା ଥଣ୍ଡା ପରିବେଶ ରହୁଥିଲେ ବି ସୂର୍ଯ୍ୟୋଦୟ ପରେ କିନ୍ତୁ ଦିନରେ ଟାଇଁ ଟାଇଁ ଖରା । ଜାନୁଆରୀ ନ ସରୁଣୁ ଏବେଠୁ ଦରକାର ପଡିଲାଣି ଫ୍ୟାନ୍ । ଯେଉଁଠି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବି ଲାଗିରହେ ଶୀତ, ଏ ବର୍ଷ କିନ୍ତୁ ଏବେଠାରୁ ଗରମ ଅନୁଭୂତ ହେଲାଣି । 

OTV is now on Whatsapp

Join and get latest news update delivered to you via whatsapp

Join Now