ଆଗକୁ ଆହୁରି କଲବଲ କରିବ ତାତି; ୪ ଦିନ ସିଝିବ ଓଡ଼ିଶା !

ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

Odisha Weather

ଆଗକୁ ଆହୁରି କଲବଲ କରିବ ତାତି । ୧୩ ତାରିଖ ପରେ ପୁଣି ବଢିବ ପାରଦ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆଗାମୀ ୪ଦିନ ଯାଏଁ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସେହିପରି ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ସହ ଲାଗିରହିବ ଅସ୍ୱାଭାବିକ ପାଗ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ସେପଟେ ଅଜି ବି ରାଜ୍ୟରେ ଜାରି ରହିଛି ଗୁଳୁଗୁଳି ସହ ପ୍ରବଳ ତାତି । ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୪୨.୪ ଡିଗ୍ରୀ ତାପମାତ୍ରା ରହିଛି ।

ହୀରାକୁଦ ୪୧.୬ ଓ କେନ୍ଦୁଝର ୩୭.୮ ଡିଗ୍ରୀ । ଚାନ୍ଦବାଲି ୩୬.୮, ବାଲେଶ୍ବର ୩୩.୪ ଓ ଗୋପାଳପୁରରେ ୩୩ ଡିଗ୍ରୀ ସେଲସିୟସ ରହିଛି ତାପମାତ୍ରା ।