/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733139321.jpg)
Rainfall In Several Places
୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଏବଂ ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୩ ତାରିଖରେ ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ବର୍ଷା ହୋଇପାରେ ।
ସେହିପରି ୪ ଡିସେମ୍ବରରେ ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ୫ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଡିସେମ୍ବର ୬ରୁ ୮ ତାରିଖ ଯାଏ ପାଗ ମୁଖ୍ୟତଃ ଶଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରେରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !
ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ଝିପିଝିପି ବର୍ଷା । ଝିପିଝିପି ବର୍ଷା ଦେଖି ଚିନ୍ତାରେ ଚାଷୀକୂଳ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ଦିଗପହଣ୍ଡି, ଚିକିଟି, ପାତ୍ରପୁର ଆଦି ଅଞ୍ଚଳରେ ଧାନ ଫସଲକୁ ସାଇତି ରଖିବାରେ ବ୍ୟସ୍ତ ଚାଷୀ । ଫସଲ ନଷ୍ଟ ହେବା ଆଶଙ୍କାରେ କିଏ ଧାନ ବାଡ଼ିକୁ ବୋହି ଆଣୁଛି ତ ଆଉ କିଏ ଫସଲକୁ ଘୋଡ଼ାଇ ସୁରକ୍ଷିତ ରଖିବାରେ ବ୍ୟସ୍ତ ।
ଏପଟେ ଜଗତସିଂହପୁର ଓ ଗଜପତି ଜିଲ୍ଲାରେ ବି ସମାନ ସ୍ଥିତି । ବିଲରେ ଧାନ ପାଚି ସାରିଥିବାବେଳେ ଅଦିନିଆ ବର୍ଷା ଚାଷୀଙ୍କ ମନରେ ଛନକା ଭରିଛି । କେତେକ ଜମିରେ ପାଣି ଜମି ରହି ଧାନ ଗଛରେ ପଡ଼ିରହିଛି । ଫଳରେ ହଜାର ହଜାର ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)