/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733120370.jpg)
Berhampurs MKCG Hospital
ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେରାଗିଂ । ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର୍ ଛାତ୍ର । ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ଅଭିଭାବକ ଏନେଇ ଏମକେସିଜି ଡିନ୍ ଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ସେମାନଙ୍କ ପିଲାଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ସେମାନଙ୍କ ହୋମୱାର୍କ କରିବାକୁ ବାଧ୍ୟ କରୁଥିଲେ । ରାତିରେ ପ୍ରଥମ ବର୍ଷର ଛାତ୍ରଙ୍କ ହଷ୍ଟେଲରେ ପଶି ଧମକଚମକ ଦେଉଥିଲେ । ବିଭିନ୍ନ ପ୍ରସଙ୍ଗରେ ଭୟଭୀତ କରୁଥିଲେ । ଫଳରେ ପ୍ରଥମ ବର୍ଷର ପିଲାମାନେ ଚାପରେ ରହୁଥିବା ଅଭିଯୋଗ ହୋଇଛି ଘଟଣାକୁ ନେଇ ଆଜି ଅପରାହ୍ଣରେ ଆଣ୍ଟି ରାଗିଂ ସେଲ୍ ବୈଠକ ବସିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି
ମାସକ ତଳେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ ଆସିଥିଲା । MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ଏମିତିକି ନ୍ୟାସନାଲ ମେଡିକାଲ କାଉନସିଲର ଆଣ୍ଟି ରାଗିଂ ସେଲରେ ଅଭିଭାବକମାନେ ଅଭିଯୋଗ କରିଥଇଲେ । ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା, ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଥିଲା । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMCରେ ଅଭିଯୋଗ ହୋଇଥିଲା ।
ରାସ୍ତାକଡ଼, କାନ୍ଥବାଡ଼, ସବୁଠି ଲାଗିଛି 'ନୋ ରାଗିଂ ପୋଷ୍ଟର । ହେଲେ ରାଗିଂ ମୁକ୍ତ କ୍ୟାଂପସ ପାଇଁ ଏତିକି ଯେ ଯଥେଷ୍ଟ ନୁହେଁ , ତାହା ପୁଣି ଥରେ ପ୍ରମାଣିତ ହୋଇଛି । ରାଗିଂ ମୁକ୍ତ କ୍ୟାମ୍ପସ ଲକ୍ଷ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ରହିଛି ସରକାରୀ ନିୟମ। ଆଣ୍ଟି ରାଗିଂ ସେଲ୍ ଗଠନ, ଆଣ୍ଟି ରାଗିଂ ସ୍କ୍ୱାଡର ସର୍ପ୍ରାଇଜ୍ ରେଡ୍, ଆଣ୍ଟି ରାଗିଂ ହେଲ୍ପଲାଇନ ଆଦି ସହ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଫିଡେଭିଟର ବି ପ୍ରାବଧାନ ରହିଛି । ହେଲେ ନିୟମ ଗୋଟିଏ ବାଟରେ, ବାସ୍ତବତା ଆଉ ଗୋଟିଏ ବାଟରେ। ଶିକ୍ଷାବିତଙ୍କ ମତରେ, ରାଗିଂ ଏକ ସାମାଜିକ ସମସ୍ୟା। ତେଣୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସଚେତନତା ସୃଷ୍ଟି ଅଧିକ ଜରୁରୀ।
ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୦-୨୧ ଶିକ୍ଷାବର୍ଷରେ ୩୯ଟି ରାଗିଂ କେସ୍ ଓ ୨୦୨୧-୨୨ରେ ୨୧ଟି ରାଗିଂ ଅଭିଯୋଗ ଆସିଥିଲା। ସର୍ବାଧିକ ରାଗିଂ ଅଭିଯୋଗ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ତାଲିକାରେ ତୃତୀୟ ସ୍ଥାନରେ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)