• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆସନ୍ତା ୪ ଦିନ ପ୍ରବଳ ଛେଚିବ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ସେହିପରି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ 
ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣେ ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ତେବେ ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବୃଷ୍ଟିପାତ । ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ଗତ କିଛିଦିନ ତଳେ ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି।

ପଢନ୍ତୁ ଏହି ଖବର: ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ମୌସୁମୀ ସକ୍ରିୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ବଢ଼ିବ ବର୍ଷାର ପରିମାଣ । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା ।

ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି ।

ସେପଟେ ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବନ୍ୟା ପରିଚାଳନା ନୀତି, ମହାନଦୀ ରିଜୁଭେନେସନ୍, ଜଳ ସଂରକ୍ଷଣ ନୀତି ଏବଂ ଆନ୍ତଃ ନଦୀ ଜଳପଥର ଉନ୍ନତି ପାଇଁ କମିଟି ଗଠନ ହେବ । ଏହି କମିଟି ଗଠନ କରି ୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବନ୍ୟା ନିୟନ୍ତ୍ରଣ ପାଇଁ ନଦୀବନ୍ଧ ସୁଦୃଢ଼ୀକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ହଠାତ୍ ବଦଳିଲା ପାଗ; ଘୋଟି ଆସିଲା କଳାହାଣ୍ଡିଆ ମେଘ..ଧୁମ୍ ବର୍ଷିଲା

OTV is now on Whatsapp

Join and get latest news update delivered to you via whatsapp

Join Now