Advertisment

ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ।

author-image
Manoranjan Behera
Heavy Rainfall

Heavy Rainfall

ମାତ୍ର କେଇ ମିନିଟର ବର୍ଷାରେ ବେହାଲ ହୋଇଗଲା ରାଜଧାନୀ ଭୁବନେଶ୍ୱରର ଅବସ୍ଥା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସହ ଉପୁଜିଲା ଟ୍ରାଫିକ୍ ସମସ୍ୟା। ଯାହା ତ ଓଦା ହେଲେ ଲୋକେ, ତା ସହ ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍ ବଳିଗଲା ଦୁର୍ଦ୍ଦଶାକୁ।

Advertisment

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ। ଆଜି ଦିନ ୨ଟା ବେଳେ ଡହ ଡହ ଖରାରୁ ହଠାତ୍ ବଦଳିଗଲା ପାଗ। କଳାହାଣ୍ଡିଆ ମେଘ ଘୋଟି ଆସି ଆରମ୍ଭ ହୋଇଗଲା ବର୍ଷା। ମାତ୍ର କେଇ ମିନିଟ ଭିତରେ ବର୍ଷାରେ ବେହାଲ ହୋଇଗଲା ସ୍ମାର୍ଟ ସିଟି ଭୁବନେଶ୍ୱରର ଅବସ୍ଥା। କଳିଙ୍ଗ ଷ୍ଟୁଡିଓ ଛକ, ଜୟଦେବ ବିହାର ଛକ ଓ ଇସ୍କନ ମନ୍ଦିର ସାମ୍ନା ଜଳମଗ୍ନ। ରାସ୍ତା ଉପରେ ଅଣ୍ଟାଏ ପାଣି। ବୁଡ଼ି ଯାଉଛି କାର୍, ବାଇକ୍‌ ଆଉ ବଡ ବସ୍ କଥା ନକହିବା ଭଲ।

ଆଉ ବର୍ଷା ଛାଡ଼ିବା ପରେ ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ଫସିଥିବା ବସ୍‌କୁ ଠେଲି ଠେଲି ଲୋକେ ନେଉଥିବାବେଳେ ଛୋଟ ଛୋଟ ଗାଡି ପାଣିରେ ପହଁରି ପାର୍ ହେଉଥିବା ଦେଖିବାକୁ ମିଳିଥିଲା। ଏହାସହ ବର୍ଷା ଯେତିକି ଦାଉ ନ ସାଧିଲା ତାଠୁ ବଳିଗଲା ଟ୍ରାଫିକ୍ ସମସ୍ୟା। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ରେ ଫସି ରହିଥିଲେ ରାଜଧାନୀ ବାସିନ୍ଦା।

Advertisment

ସେପଟେ ଆହୁରି ୫ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ। ବିଭିନ୍ନ ଜିଲ୍ଲାକୁ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଏହାସହ ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Heavy Rainfall
Advertisment
Advertisment