Advertisment

ହଠାତ୍ ବଦଳିଲା ପାଗ; ଘୋଟି ଆସିଲା କଳାହାଣ୍ଡିଆ ମେଘ..ଧୁମ୍ ବର୍ଷିଲା

ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।

author-image
System Administrator
ଅଦ୍ୟତନ ହୋଇଛି
Heavy Rain Lashes Parts of Bhubaneswar

rain

ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି। ଆସନ୍ତା ୩ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଭୁବନେଶ୍ବର ସହର ସମେତ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Advertisment

ସେହିପରି ଅସରାଏ ବର୍ଷାରେ ବେହାଲ୍ ବ୍ରହ୍ମପୁର ସ୍ଥିତି। ଉଛୁଳିଲା ଡ୍ରେନ୍। ରାସ୍ତାରେ ଲହଡି ଭାଙ୍ଗିଲା ନାଳ ପାଣି। ମାର୍କେଟ ଭିତରେ ରାସ୍ତା ଉପରେ ସୁଅ। ଦୋକାନ ଦୁଆର ଯାଏ ବି ମାଡିଗଲା ପାଣି। ବ୍ରହ୍ମପୁର ଟାଟା ବେଞ୍ଜ ଛକରେ ଆଜି ମାତ୍ର ୧୦ ମିନିଟ ବର୍ଷା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। ନାହିଁ ନଥିବା ଅସୁବିଧା ଭୋଗିଥିଲେ ସାଧାରଣ ଲୋକ। ଆଗକୁ ମୌସୁମୀ ପ୍ରଭାବରେ ବଡ଼ ବର୍ଷା ହେଲେ କେମିତି ସ୍ଥିତି ସୃଷ୍ଟି ହେବ ଏହି ଦୃଶ୍ୟ ଦେଖିଅନୁମାନ କରନ୍ତୁ। ଜଳ ନିଷ୍କାସନ ଓ ଡ୍ରେନ୍ ସଫେଇ ନେଇ ବ୍ରହ୍ମପୁର ମହାନଗର ନିଗମ କାମକୁ ନେଇ ପ୍ରଶ୍ନ ଉଠିଛି।

ପଢନ୍ତୁ ଏହି ଖବରବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

Advertisment

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । ସେହିପରି ୨୭ ତାରିଖରେ ସମ୍ବଲପୁର ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।୨୮ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ ।

ସେପଟେ ସାରା ରାଜ୍ୟକୁ ମୌସୁମୀ ଛୁଇଁଛି । ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବୃଷ୍ଟିପାତ । ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ଗତ କିଛିଦିନ ତଳେ ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି । ମୌସୁମୀ ସକ୍ରିୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

Weather Update Heavy Rainfall Rainfall Rain In Odisha
Advertisment
Advertisment