Advertisment

ଥମୁନି ତାତିର କୋପ; ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଗରମ

ଦିନରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଭୀଷଣ ତାତି ଅନୁଭୂତ ହେଉଛି।

ଅଦ୍ୟତନ ହୋଇଛି
Odisha Heat Wave Update

Heat Wave Warning

Advertisment

ପଶ୍ଚିମ ଓଡ଼ିଶାକୁ ଅଥୟ କରିପାରେ ଦିନର ଅସହ୍ୟ ତାତି । ଏଥିପାଇଁ ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ , ବୌଦ୍ଧ, ଅନୁଗୁଳ ଏବଂ ବରଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଏପଟେ ପୂର୍ବ ସମେତ ଅନ୍ୟ ଜିଲ୍ଲାରେ ବି ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ, ଦିନରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଭୀଷଣ ତାତି ଅନୁଭୂତ ହେଉଛି। 

Advertisment

ବିଶେଷ କରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି। ସେପଟେ ଗତକାଲି ୭ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, ସୋନପୁର, ବରଗଡ଼, ହୀରାକୁଦରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଥିଲା । ୪୩.୩ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। 

Heat Wave Weather Update Heat Wave Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ