/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704858447.jpg)
Winter Mornings
ରାଜ୍ୟରେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ଘନକୁହୁଡି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘନକୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି । ଏପଟେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଘନକୁହୁଡି । କୁହୁଡି ଯୋଗୁ ସକାଳୁ ସକାଳୁ ବଡଦାଣ୍ଡରୁ ଶ୍ରୀମନ୍ଦିର ପତିତପାବନ ବାନା ଦୃଶ୍ୟ ମାନ ହେଉନଥିଲା । ଫଳରେ ଭକ୍ତମାନେ ନିରାଶ ହୋଇଥିଲେ ।
ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟ କୁହୁଡି ହୋଇଥିବା ନେଇ ସୂଚନା ମିଳିଛି ।
ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ହେଲେ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆସନ୍ତା ଗୋଟେ ସପ୍ତାହ ଏପରି ସ୍ଥିତି ଲାଗି ରହିବ ବୋଲି ଜଣା ପଡ଼ିଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ଏପଟେ ଘନ କୁହୁଡିରେ ଆଚ୍ଛାଦିତ ଚିଲିକା । ଠପ୍ ହୋଇପଡିଛି ଚିଲିକାରେ ଯାତାୟତ । ଜହ୍ନିକୁଦା ଏବଂ ସାତପଡାରେ ଅଟକି ରହିଛନ୍ତି ଯାତ୍ରୀ । ଚିଲିକାରେ ପ୍ରବଳ କୁହୁଡି କାରଣରୁ ଜଳପଥ ଦୃଶ୍ୟମାନ ହେଉନି । ଫଳରେ ସକାଳୁ ସକାଳୁ ବନ୍ଦ ରହିଛି ଡଙ୍ଗା ଏବଂ ଭସାପୋଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)