Dense Fog: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି, ୧୦ ମିଟର ବି ଦେଖାଯାଉନି ରାସ୍ତା

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ ।

ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ଟୁଇନ୍ ସିଟିରେ ଘନ କୁହୁଡ଼ି । ଦେଖାଯାଉନି ରାସ୍ତାଘାଟ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଜୀବନକୁ କରୁଛି ଅସ୍ତବ୍ୟସ୍ତ । ସକାଳୁ ସକାଳୁ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖାଦେଇଛି । ଭୁବନେଶ୍ବର ଓ କଟକରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଛି । ଏଣୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଉଛି ।

ଅଧିକ ପଢ଼ନ୍ତୁ: ବରଫ ବିପର୍ଯ୍ୟୟ...ବିପଦରେ ୬୩ ମିଲିୟନ ଲୋକ, ଦୁଇ ରାଜ୍ୟରେ ଜରୁରୀକାଳୀନ ସ୍ଥିତି

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ । ତେବେ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ । ଆଜି ପାଇଁ ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ କୁହୁଡ଼ି ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର