Advertisment

Year 2024 Is On Track To Be Warmest Year On Record: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି; ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା

ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Year 2024 Is On Track To Be Warmest Year On Record

Year 2024 Is On Track To Be Warmest Year On Record

ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । 

Advertisment

ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ବର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ବ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି। 

ଅଧିକ ପଢନ୍ତୁ: Saudi Arabian desert: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

ଚଳିତ ଶତାବ୍ଦୀରେ ବିଶ୍ବ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ଭିତରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମାରେ ନିଷ୍ପତ୍ତି ନିଆଯାଇଥିଲା। ୨୦୨୩ରେ ଏହା ୧.୪୫ ଡିଗ୍ରୀ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଏହା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ବଢ଼ିଥିବାରୁ ଏହାକୁ ନେଇ ବିଶ୍ବସ୍ତରରେ ଚିନ୍ତା ପ୍ରକାଶ ପାଇଛି। 

Advertisment

ସୂଚନା ଯୋଗ୍ୟ ଯେ, ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟକୁ ଆଗାମୀ କପ୍-29 କ୍ଲାଇମେଟ୍ ଚେଞ୍ଜ କନଫରେନ୍ସରେ ଉପସ୍ଥାପନ କରାଯିବ ଏବଂ ଗ୍ଲୋବାଲ୍ ୱାର୍ମିଂ, ସମୁଦ୍ର ତାପମାତ୍ରା ବୃଦ୍ଧି, ଗ୍ଲାସିୟର ତରଳିବା ଆଦି ଉପରେ ଆଲୋଚନା ହେବ।  ଆସନ୍ତା ୧୧ ତାରିଖରେ ଆଜରବାଇଜନର ବାକୁ ରେ ହେବ କପ୍-29 ଜଳବାୟୁ ପରିବର୍ତ୍ତନ ଆଲୋଚନାଚକ୍ର। 

ଅଧିକ ପଢନ୍ତୁ: Weather: ନଭେମ୍ବରରେ ପୁଣି ବାତ୍ୟା ଭୟ! ପାଣିପାଗ ବିଭାଗ ତରଫରୁ ମିଳିଲା ସୂଚନା ...

Weather Highest Temperature Temperature Weather News
Advertisment
Advertisment