• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ନିର୍ଧୁମ ବର୍ଷା ଲାଗି ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିଲିମିଟର ବର୍ଷା ହୋଇଛି ।

ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ସେପଟେ ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି । ଏହାସହ ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗ ଓ କାଣ୍ଡସର ନିକଟରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଅଧିକ ପଢ଼ନ୍ତୁ: ବୌଦ୍ଧକୁ ବୁଡ଼ାଇଲା ବର୍ଷା, ୨୪ ଘଣ୍ଟାରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ

ସେହିଭଳି ଲଗାଣ ବର୍ଷାରେ ଚାରିଆଡେ ପାଣି ଭରିଯିବାରୁ ଲୋକେ ମାଛ ଧରିବାରେ ଲାଗିଛନ୍ତି । ବୌଦ୍ଧ ଜିଲ୍ଲାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲା ମତ୍ସ୍ୟ ବିଭାଗର ୨୫ଟି ପୋଖରୀରେ ପାଣି ଭରି ଯାଇଛି । ପାଣି ଭର୍ତ୍ତି ହୋଇଥିବାରୁ ପୋଖରୀରେ ଥିବା ୨ ଟନ ମାଛ ଭାସିଯାଇଥିବା ସୂଚନା ରହିଛି । ମାଛ ଭାସିଯାଇଥିବାରୁ ଲୋକେ ରାଜରାସ୍ତାରେ ଜାଲ ପକାଇ ମାଛ ଧରୁଛନ୍ତି। ଜାତୀୟ ରାଜପଥରେ ମାଛ ଧରିବାକୁ ଲୋକଙ୍କ ଭିଡ଼ ଲାଗିଛି ।