Advertisment

୨୫ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ! ୨୩ ପରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Cyclonic Circulation In Bay of Bengal

Another cyclonic circulation likely around August 25

Advertisment

ସକ୍ରିୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।  ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।

Advertisment

ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ୍‌-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଆଗାମୀ ୨ ରୁ ୩ ଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ଆହୁରି ଦୁଇ ଦିନ ବଡ଼ ବର୍ଷା ! ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା

Advertisment

ଗତ ୨୪ ଘଣ୍ଟାରେ ବାଙ୍କୀରେ ସର୍ବାଧିକ ୩୭୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧା ଜଟଣୀରେ ୮୮ ମିଲିମିଟର, ହୀରାକୁଦରେ ୮୭.୮ ମି.ମି., ନବରଙ୍ଗପୁରରେ ୮୧ ମି.ମି. ଓ ଭୁବନେଶ୍ୱରରେ ୬୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ମଧ୍ୟ କିଛି ଅଞ୍ଚଳରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ଏନେଇ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, କଳାହାଣ୍ଡିନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ କଚ୍ଚା ଘର, କଚ୍ଚା ରାସ୍ତା ସହ ମାଟି କାନ୍ଥ ଭୁଶୁଡ଼ିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।

Advertisment

ଗତ ୧୦ରୁ ୧୨ ଦିନ ହେବ ରାଜ୍ୟରେ ମୌସୁମୀ ଦୁର୍ବଳ ଥିଲା। ଫଳରେ ୧୧ ଜିଲ୍ଲାରେ ୧୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷା କିଛି ମାତ୍ରାରେ ନିଅଣ୍ଟିଆ ବର୍ଷା ଭରଣା କରିବା ସହ ଚାଷ କାମରେ ସହାୟକ ହେବ ବୋଲି ପାଣିପାଗ ବିଭାଗ କହିଛି।

Weather Update Rain Alert Cyclonic Circulation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ