Advertisment

ପ୍ରାକୃତିକ ଦୁର୍ବିପାକ ନେଇ ମିଳିବ ଆଗୁଆ ସୂଚନା... ଲାଗିବ ଅତ୍ୟାଧୁନିକ ରାଡାର

ବର୍ତ୍ତମାନ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ମଧ୍ୟ ପହଞ୍ଚିସାରିଛି।

ଅଦ୍ୟତନ ହୋଇଛି
IMD To Install Modern Radar In cuttack bhubaneswar of Odisha

Radar

Advertisment

ଏଣିକି ଆହୁରି ସଠିକ ହେବ ପାଣିପାଗ ପୂର୍ବାନୁମାନ। ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବ ତଥ୍ୟ। ରାଜ୍ୟବାସୀ ଆଗୁଆ ପାଇବେ ବନ୍ୟା ସଂପର୍କିତ ସୂଚନା। ଏଥିପାଇଁ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ରାଡାର ଲାଗିବ । କଟକ -ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ରାଡାର।

Advertisment

୨୦୨୫ ସୁଦ୍ଧା କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ଆଡଭାନସ ଫ୍ଲଡ୍ ୱାର୍ଣ୍ଣିଂ ସିଷ୍ଟମ। ସେହିପରି ଏବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡପଲର୍ ରାଡାର୍ କାର୍ଯ୍ୟକ୍ଷମ ହେବ।ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ବର୍ତ୍ତମାନ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ମଧ୍ୟ ପହଞ୍ଚିସାରିଛି। ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ମଧ୍ୟ ପ୍ରତିଷ୍ଠା ହେବ। ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡ଼ିଶା ରହିଛି।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ IMD ଡିଜି କହିଛନ୍ତି, ପୂର୍ବରୁ ଓଡ଼ିଶାରେ ପାଣିପାଗ ପ୍ରଭାବରେ ଯାହା କ୍ଷୟକ୍ଷତି ହେଉଥିଲା ତାହା ଏବେ ଅଧିକ ମାତ୍ରାରେ କମିଛି । ପାଣିପାଗ ପୂର୍ବାନୁମାନ ସଠିକ ହେବା ଯୋଗୁଁ ଓଡ଼ିଶାରେ ବନ୍ୟା ବାତ୍ୟା ସମ୍ବନ୍ଧିତ କ୍ଷୟକ୍ଷତି କମିବାରେ ଲାଗିଛି । ବାତ୍ୟା ଓ ବନ୍ୟା ଆଗୁଆ ସୂଚନା ନେଇ ଆମେ ଅଧିକ ବ୍ୟବସ୍ଥା ରାଜ୍ୟରେ କରିବାକୁ ଯାଉଛୁ । ରାଜ୍ୟରେ ବର୍ଷରେ ଅନେକ ସମୟରେ ବାତ୍ୟା ଓ ବନ୍ୟା ଭଳି ଦୁର୍ବିପାକ ଆସିଥାଏ । ଏହାର ମୁକାବିଲା କରିବାକୁ ପାଣିପାଗ ବିଭାଗର ଅଧିକ ଗୁରୁତ୍ଵ ଦେଇଛି ।

Mrutyunjay Mohapatra Weather Forecast IMD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ