Advertisment

Vastu Tips: ଏମିତି ଲଗାନ୍ତୁ ନାହିଁ ମନୀ ପ୍ଲାଣ୍ଟ; ହେଇଯିବେ ଲକ୍ଷ୍ମୀଛଡା...

ଯଦି ଏକ ମନୀ ପ୍ଲାଣ୍ଟକୁ ସଠିକ୍ ଦିଗରେ ରଖାଯାଏ, ତେବେ ଏହା କେବଳ ଆର୍ଥିକ ସମସ୍ୟା ଦୂର କରିବ ନାହିଁ ବରଂ କୁଣ୍ଡଳିରେ ଶୁକ୍ର ଗ୍ରହର ସ୍ଥିତିକୁ ମଧ୍ୟ ଦୃଢ କରିଥାଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କେଉଁଠି ଓ କିପରି ମନୀ ପ୍ଲାଣ୍ଟ ରଖିବା ଉଚିତ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Do not put money plant in this direction

Do not put money plant in this direction

ଅଧିକାଂଶ ଘରେ ମନୀ ପ୍ଲାଣ୍ଟ ଦେଖିବାକୁ ମିଳେ। ଅନେକ ଲୋକ ଏହାକୁ ଘରେ ରଖନ୍ତି ସତ, କିନ୍ତୁ ଏହାର ସଠିକ ବ୍ୟବହାର ଜାଣି ନଥାନ୍ତି। ଏନେଇ ସଠିକ୍ ସୂଚନା ଅଭାବରୁ ମନୀ ପ୍ଲାଣ୍ଟର ଉପଯୁକ୍ତ ଲାଭ ମିଳିପାରେ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ମନୀ ପ୍ଲାଣ୍ଟ ଶୁକ୍ର ଗ୍ରହ ସହିତ ଜଡିତ ବୋଲି କୁହାଯାଏ। ଶୁକ୍ର ସୁଖ, ସମୃଦ୍ଧି, ଖ୍ୟାତି ଇତ୍ୟାଦି ପାଇଁ ପ୍ରତ୍କ ଗ୍ରହ ବୋଲି ବିବେଚନା କରାଯାଏ।

Advertisment

ଯଦି ଏକ ମନୀ ପ୍ଲାଣ୍ଟକୁ ସଠିକ୍ ଦିଗରେ ରଖାଯାଏ, ତେବେ ଏହା କେବଳ ଆର୍ଥିକ ସମସ୍ୟା ଦୂର କରିବ ନାହିଁ ବରଂ କୁଣ୍ଡଳିରେ ଶୁକ୍ର ଗ୍ରହର ସ୍ଥିତିକୁ ମଧ୍ୟ ଦୃଢ କରିଥାଏ।

ବାସ୍ତୁଶାସ୍ତ୍ରରେ, ମନୀ ପ୍ଲାଣ୍ଟ ଲଗାଇବା ପାଇଁ କେତେକ ନିୟମ ଉଲ୍ଲେଖ କରାଯାଇଛି। ଏହି ନିୟମଗୁଡିକ ପାଳନ କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ପରିବାର ସଦସ୍ୟଙ୍କ ଭଲ ଉନ୍ନତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କେଉଁଠି ଓ କିପରି ମନୀ ପ୍ଲାଣ୍ଟ ରଖିବା ଉଚିତ ସେ ବିଷୟରେ ଜାଣିନେବା।

Advertisment

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

କେଉଁଠି ରଖିବେ:

ସବୁବେଳେ ଘରର ଦକ୍ଷିଣ-ପୂର୍ବ ଦିଗରେ ମନୀ ପ୍ଲାଣ୍ଟ ଲଗାନ୍ତୁ କାରଣ ଏହି ଦିଗର ସ୍ୱାମୀ ହେଉଛନ୍ତି ଅଗ୍ରପୂଜ୍ୟ ଭଗବାନ ଗଣେଶ ଏବଂ ପ୍ରତିନିଧୀ ହେଉଛନ୍ତି ସ୍ୱୟଂ ଶୁକ୍ର ଗ୍ରହ।

ଏହି ଦିଗରେ ମନୀ ପ୍ଲାଣ୍ଟ ଲଗାଇଲେ ଘରେ ଦେଖାଦେଉଥିବା ସମସ୍ତ ବାଧାବିଘ୍ନକୁ ଭଗବାନ ଗଣେଶ ଦୂର କରନ୍ତି ଏବଂ ଶୁକ୍ର ଗ୍ରହ ସୁଖ ଏବଂ ସମୃଦ୍ଧିକୁ ପ୍ରଦାନ କରନ୍ତି। ଏହା ମଧ୍ୟ ମନେରଖନ୍ତୁ ଯେ ମନୀ ପ୍ଲାଣ୍ଟ ସବୁବେଳେ ଘର ଭିତରେ ଲଗାଯିବା ଉଚିତ, ଘର ବାହାରେ ନୁହେଁ।

ମନୀ ପ୍ଲାଣ୍ଟ କାହାକୁ ଦିଅନ୍ତୁ ନାହିଁ:

ଯଦି ଆପଣଙ୍କ ଘରେ ଏକ ମନୀ ପ୍ଲାଣ୍ଟ ଅଛି, ତେବେ ଏହି ଗଛକୁ ଅନ୍ୟମାନଙ୍କୁ କେବେବି ଦିଅନ୍ତୁ ନାହିଁ, ଏପରି କରିବା ଦ୍ୱାରା ଶୁକ୍ର ଗ୍ରହଙ୍କ ସ୍ଥିତି ବିପରୀତ ହୋଇଯାଏ, ଯେଉଁଥିପାଇଁ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ମନୀ ପ୍ଲାଣ୍ଟ ଚାରିପାଖରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ।

ଏହା କରିବା ଦ୍ୱାରା ମନୀ ପ୍ଲାଣ୍ଟର ଲାଭ ମିଳେ ନାହିଁ ବରଂ ରାଶିରେ ଭଗବାନ ଶୁକ୍ରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡେ।

ସଜାସଜିରେ ଲଗାନ୍ତୁ ନାହିଁ:

ମନୀ ପ୍ଲାଣ୍ଟକୁ କେବେ ସଜାସଜିରେ ଲଗାଯିବା ଉଚିତ ନୁହେଁ, ଯେପରି ଅନେକ ଘରେ, ଏଜାକୁ ୱିଣ୍ଡୋରେ ସଜାଇବା ଭଳି ରଖାଯାଏ, ଯାହା ଭୁଲ ଅଟେ। ଏଥିସହ ମନେରଖନ୍ତୁ ଯେ ମନୀ ପ୍ଲାଣ୍ଟକୁ ସିଧାସଳଖ ସୂର୍ଯ୍ୟ କିରଣରେ ରଖନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଏହି ବାସ୍ତୁଦୋଷ କାରଣରୁ ହୁଏ ମଧୁମେହ; ଜାଣନ୍ତୁ ପ୍ରତିକାରର ୮ଟି ଟିପ୍ସ

ଯଦି ଆପଣ ନିଜ କର୍ମକ୍ଷେତ୍ରରେ ଏକ ମନୀ ପ୍ଲାଣ୍ଟ ଲଗାଇବାକୁ ଚାହୁଁଛନ୍ତି, ତେବେ ଡେସ୍କରେ କେବଳ ଏକ କାଚର ନୀଳ କିମ୍ବା ସବୁଜ ଗ୍ଲାସ୍ ବୋତଲ ବ୍ୟବହାର କରିପାରିବେ, ଏପରି କରିବା ଦ୍ୱାରା ଆପଣଙ୍କ କ୍ୟାରିୟରରେ ଭଲ ଅଗ୍ରଗତି ହୋଇଥାଏ।

ଏହି ଦିଗରେ ଲଗାନ୍ତୁ ନାହିଁ:

ମନୀ ପ୍ଲାଣ୍ଟ କେବେବି ଉତ୍ତର-ପୂର୍ବ(ଐଶାନ୍ୟ) ଦିଗରେ ଲଗାଯିବା ଉଚିତ ନୁହେଁ। ମନୀ ପ୍ଲାଣ୍ଟ ଲଗାଇବା ପାଇଁ ଏହି ଦିଗ ସବୁଠାରୁ ନକାରାତ୍ମକ ବୋଲି ବିବେଚନା କରାଯାଏ। ବୃହସ୍ପତି ଗ୍ରହ ହେଉଛନ୍ତି ଐଶାନ୍ୟ ଦିଗର ପ୍ରତିନିଧି। ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ସମ୍ପର୍କ ହେଉଛି ଶତ୍ରୁତାର। ତେଣୁ ମନୀ ପ୍ଲାଣ୍ଟ ଆପଣଙ୍କୁ ଲାଭ ବଦଳରେ କ୍ଷତି ଦେଇପାରେ।

ସବୁବେଳେ କିଣିକି ଆଣନ୍ତୁ:

ଶୁକ୍ର ଗ୍ରହ ହେଉଛନ୍ତି ମାଟିର ଦେବତା। ଯଦି ଆପଣଙ୍କ ମାଟି ଘର ନାହିଁ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଘରେ ଏକ ମନୀ ପ୍ଲାଣ୍ଟ ଲଗାନ୍ତୁ। ଆଜିକାଲି ପ୍ରାୟ ସମସ୍ତଙ୍କର ପକ୍କା ଘର ହୋଇଥିବାରୁ ଶୁକ୍ର ଗ୍ରହ ସ୍ଥାପିତ ହୋଇପାରନ୍ତି ନାହିଁ।

ଏହା ମଧ୍ୟ ମନେରଖନ୍ତୁ ଯେ ସବୁବେଳେ ମନୀ ପ୍ଲାଣ୍ଟ କିଣନ୍ତୁ ଏବଂ ଏହାକୁ ଘରେ ଲଗାନ୍ତୁ, ଅନ୍ୟ କେହି ଲଗାଇଥିବା ମନୀ ପ୍ଲାଣ୍ଟ ଆଣି ଘରେ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ, ଏହା କରିବା ଦ୍ୱାରା ଘର ଲକ୍ଷ୍ମୀଛଡା ହୋଇଯାଏ।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Vastu Tips For Home Vastu Tips Vastu Shastra
Advertisment
Advertisment