Advertisment

ବିଶ୍ୱରେ ପ୍ରଥମ, AI ହୋଲୋଗ୍ରାମକୁ ବିବାହ କରିବେ ମହିଳା

AI ହୋଲୋଗ୍ରାମ୍‌ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍‌। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍‌ କରିସାରିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Woman Set To Marry AI Hologram Boyfriend

Marriage With AI Hologram

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ଲୋକଙ୍କ ଜୀବନରେ ଏତେ ପରିମାଣରେ ପ୍ରବେଶ କରିସାରିଲାଣି ଯେ ଲୋକମାନେ ବର୍ତ୍ତମାନ AIକୁ ବିବାହ କରିବା ଆରମ୍ଭ କରିଛନ୍ତି। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ୍ୟ। ସ୍ପେନର ଜଣେ କଳାକାର AI ହୋଲୋଗ୍ରାମ୍‌ ସହ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ହେଉଛି ଦୁନିଆର ପ୍ରଥମ ଘଟଣା ଯେତେବେଳେ କି ଜଣେ ମହିଳା AI ହୋଲୋଗ୍ରାମକୁ ବିବାହ କରିବାକୁ ଯାଉଛନ୍ତି।

Advertisment

AI ହୋଲୋଗ୍ରାମ୍‌ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍‌। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍‌ କରିସାରିଛନ୍ତି। ୟୁରୋନ୍ୟୁଜ୍‌ ରିପୋର୍ଟ ଅନୁସାରେ ଚଳିତ ବର୍ଷ ରେଟ୍ରୋଡମ୍‌ର ଏକ ମ୍ୟୁଜିୟମ୍‌ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଫ୍ରାମିସ୍‌ଙ୍କ ଅନୁସାରେ ତାଙ୍କ ହେବାକୁ ଥିବା ସ୍ୱାମୀଙ୍କ ନାମ AILex । ଯାହା ତାଙ୍କ ନିଜର AI ହୋଲୋଗ୍ରାମ।

ଅଧିକ ପଢ଼ନ୍ତୁ: ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

Advertisment

ରିପୋର୍ଟ ଅନୁଯାୟୀ, ଫ୍ରାମିସଙ୍କ ବିବାହ ଏକ ରୋମାଣ୍ଟିକ ନୁହେଁ, ବରଂ 'ହାଇବ୍ରିଡ୍ ଦମ୍ପତି' ନାମକ ଏକ ନୂତନ ପ୍ରକଳ୍ପର ଏକ ଅଂଶ। ଯେଉଁଥିରେ ସେ AI ଯୁଗରେ ପ୍ରେମ, ନିବିଡତାର ପରୀକ୍ଷା କରିବାକୁ ଚାହୁଁଛନ୍ତି।

ତେବେ ବର୍ତ୍ତମାନ ଫ୍ରାମିସ୍ ତାଙ୍କ ବିବାହ ପୋଷାକର ଡିଜାଇନ୍ କରୁଛନ୍ତି ଏବଂ ବିବାହ ଉତ୍ସବରେ ଯୋଗଦେଉଥିବା ଲୋକଙ୍କ ପାଇଁ ଡ୍ରେସ୍ କୋଡ୍ ମଧ୍ୟ ଚୂଡାନ୍ତ କରୁଛନ୍ତି। ଫ୍ରାମିସ୍ ବିବାହ ଚଳିତ ବର୍ଷ ମେ’ କିମ୍ବା ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଫ୍ରାମିସ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ତାଙ୍କର ଭର୍ଚୁଆଲ୍ ପାର୍ଟନର AILex ର ଚିତ୍ର ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି।

Artificial Intelligence AI
Advertisment
Advertisment