Advertisment

ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

author-image
Manoranjan Behera
ଅଦ୍ୟତନ ହୋଇଛି
Indias 1st AI Teacher

AI Teacher

ଶିକ୍ଷା ହେଉ ବା ପ୍ରତିରକ୍ଷା, ଦେଶର ପ୍ରତିଟି କ୍ଷେତ୍ରରେ ବର୍ତ୍ତମାନ AI ର ଅବଦାନ ଅତୁଳନୀୟ। ଡିଜିଟାଲ ଯୁଗରେ AI ର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ସ୍କୁଲ୍‌ ହେଉ ବା କଲେଜ୍‌ ପିଲାଙ୍କୁ ପାଠ ପଢ଼ାନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। କିନ୍ତୁ ଏବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। କେରଳ ଥିରୁଭନନ୍ତପୁରମର KTCT ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଏଣକି ଡାକ୍ତରଙ୍କ ପାଖରେ ଲାଗିବନି ଲମ୍ବା ଲାଇନ୍‌, AI ଦେଖିବ ରୋଗୀ...

ଆଗରୁ ପିଲାମାନେ ପାଠପଢ଼ିବାକୁ ଚାଟଶାଳୀ ଯାଉଥିଲେ। ଗଛମୂଳେ ପାଠ ପଢାଉଥିଲେ ସାର୍‌। ପରବର୍ତ୍ତୀ ସମୟରେ ପିଲାମାନେ ସ୍କୁଲ୍‌କୁ ପାଠ ପଢ଼ିବାକୁ ଗଲେ ଏବଂ ସେଠାରେ ପିଲାଙ୍କୁ ପାଠ ପଢ଼ାଇଲେ ଶିକ୍ଷକ-ଶିକ୍ଷୟିତ୍ରୀ। ଏବେ କିନ୍ତୁ ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଟିଚର୍‌। ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ମଧ୍ୟରେ ରହିଛି। ପ୍ରଥମ କରି ଦେଶରେ AI ପରିଚାଳିତ ରୋବଟ୍‌ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଯାହାକି ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

କେରଳ ଥିରୁଭନନ୍ତପୁରମର KTCT ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ AI ଟିଚର୍‌ ପିଲାଙ୍କ ହାତ ଧରି ପାଠ ପଢ଼ାଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଚି ଯେ AI ରୋବୋଟ୍‌ କ୍ଲାସରୁମ୍‌ ମଧ୍ୟକୁ ଏଣ୍ଟ୍ରି ମାରୁଛନ୍ତି। ଏହାପରେ ପିଲାଙ୍କ ସହ ହାତ ମିଶାଉଛନ୍ତି। କଳାପଟାରେ ପିଲାଙ୍କୁ ପାଠ ପଢାଉଛନ୍ତି। ତେବେ ଏହା ପିଲାଙ୍କ ପାଇଁ ଏକ ନୂଆ ଅନୁଭୂତି।

ଅଟଲ୍‌ ଟିଙ୍କରିଙ୍ଗ୍‌ ଲ୍ୟାବ୍‌(ATL) ପକ୍ଷରୁ ଏହି ଉଦ୍ଭାବନ କରାଯାଇଛି। ଏହାର ନାମ Iris ରଖାଯାଇଛି। AI ଟେକ୍ନୋଲୋଜି ଦ୍ୱାରା ଆଇରିସ୍‌ ମଧ୍ୟରେ ସମସ୍ତ ଟିଚିଙ୍ଗ ଫିଚର୍‌ ଫିଟ୍‌ କରାଯାଇଛି। Iris ମୋଟ ତିନୋଟି ଭାଷାରେ କଥା କହୁଛି। ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛି। ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଏହା ଏକ ମୂଲ୍ୟବାନ ସମ୍ପଦ ଭାବରେ କାମ କରିବ।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ଦେଶର ଶିକ୍ଷିତ ରାଜ୍ୟ ମଧ୍ୟରେ ସବୁଠୁ ଉପରେ ରହିଛି କେରଳ। ଉଦ୍ଭାବନ କ୍ଷେତ୍ରରେ ଆଗରେ ରହିଥାଏ ଏହି ରାଜ୍ୟ। ତେବେ ପ୍ରଥମଥର ପାଇଁ AI ପରିଚାଳିତ ରୋବୋଟ୍‌ ମାଧ୍ୟମରେ ପିଲାଙ୍କୁ ସେଠାରେ ପାଠ ପଢ଼ାଯାଉଛି। ଯାହାକୁ ଏବେ ଦେଶରେ ବେଶ୍‌ ପ୍ରଶଂସା କରାଯାଉଛି।

Teacher Artificial Intelligence (AI) AI
Advertisment
Advertisment