• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭବିଷ୍ୟତରେ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଭବିଷ୍ୟତରେ ସ୍କୁଲର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) । ଡୁଓଲିଙ୍ଗୋ ସିଇଓ ଲୁଇସ ୱୋନ ଆହାନ୍ ଦାବି କରିଛନ୍ତି ଯେ, ଭବିଷ୍ୟତରେ ସ୍କୁଲ ରହିବ, କିନ୍ତୁ ସେଥିରେ ଥିବା କିଛି ବ୍ୟବସ୍ଥା ମଧ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି । AI ପ୍ରକୃତ ଶିକ୍ଷା ଦେବାକୁ ଥିବା ବେଳେ ସ୍କୁଲ ଗୁଡିକ ଅଧିକାଂଶ ଚାଇଲ୍ଡ କେୟାର ସେଣ୍ଟର (ଶିଶୁ ଯତ୍ନ କେନ୍ଦ୍ର) ଭାବରେ ପରିଣତ ହେବାକୁ ଯାଉଛି ।  

ଆହାନ୍ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଶିକ୍ଷକମାନଙ୍କ ଅପେକ୍ଷା ଏଆଇ ଭଲ ଶିକ୍ଷା ଦେବ । କିନ୍ତୁ ତା’ର ଅର୍ଥ ଏହା ନୁହେଁ ଯେ, ଶିକ୍ଷକମାନେ ଚାଲିଯିବେ । କାରଣ ଛାତ୍ରଛାତ୍ରୀଙ୍କ ଯତ୍ନ ନେବାକୁ ଲୋକଙ୍କ ଆବଶ୍ୟକତା ରହିବ । ସ୍କୁଲ ମଧ୍ୟ ଚାଲିଯିବ ବୋଲି ମୁଁ ଭାବୁନାହିଁ । କାରଣ ପିଲାମାନଙ୍କର ଯତ୍ନ ନେବାର ଆବଶ୍ୟକତା ପଡିବ । ଏକ ୩୦ ଜଣିଆ ଛାତ୍ରଛାତ୍ରୀ ଥିବା ଶ୍ରେଣୀ ଗୃହର ଉଦାହରଣ ଦେଇ କହିଛନ୍ତି, ପ୍ରତ୍ୟେକ ଶିକ୍ଷକ ଏକା ଥରକେ ସବୁ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଶିକ୍ଷା ପାରିବେ ନାହିଁ । କିନ୍ତୁ ଏଆଇ ସଠିକ୍ ସମୟରେ ପିଲାମାନଙ୍କ ଉପରେ ନଜର ରଖିବା ସହିତ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବେ ସମୟ ଦେଇ ପିଲାଙ୍କ ପାଠପଢାକୁ ଆଡଜଷ୍ଟ କରି ପାରିବ । ଆପଣଙ୍କର ପିଲାଙ୍କ ଯତ୍ନ ନେବା ପାଇଁ ଲୋକଙ୍କର ଆବଶ୍ୟକତା ରହିଛି । କିନ୍ତୁ କମ୍ପ୍ୟୁଟର ସଠିକ୍ ଭାବରେ ପିଲାମାନେ କେଉଁଥିରେ ଭଲ ପ୍ରଦର୍ଶନ କରୁଛନ୍ତି କେଉଁ ଥିରେ ଭଲ ପ୍ରଦର୍ଶନ କରୁନାହାନ୍ତି ତାହା ଜାଣି ପାରେ । ଯାହା ଜଣେ ଶିକ୍ଷକ ଗୋଟିଏ ସମୟରେ ୩୦ ଜଣଙ୍କୁ ଦେଖି ପାରିବେ ନାହିଁ । 

ଅଧିକ ପଢ଼ନ୍ତୁ: ଶୋଇଶୋଇ ୧୦୦୦ ଚାକିରି ପାଇଁ କଲେ ଆବେଦନ, ସକାଳୁ ଆସିଲା ଇଣ୍ଟରଭ୍ୟୁ କଲ୍‌

୨୦୨୨ରୁ ଯେବେଠୁ ଚାଟ-ଜିପିଟି ଆସିଛି, ସେବେଠାରୁ ସମଗ୍ର ବିଶ୍ୱରେ ଏଆଇ କ୍ଷେତ୍ରରେ ଏକ ବିପ୍ଲବ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀମାନେ ଉନ୍ନତ ଜ୍ଞାନକୌଶଳକୁ ବହୁ ଜଲଦି ଆପଣାଉଛନ୍ତି । ଏହା ସହ ସ୍କୁଲ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟ ଏହାକୁ ଆପଣାଇବା ଆରମ୍ଭ କଲେଣି । ଡୁଓଲିଙ୍ଗୋ ଭଳି ବହୁ ଏଆଇ କମ୍ପାନୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଏକ ଅଂଶ । ଗତ ମାସରେ ଭାଷା ଶିଖିବା ପ୍ରତିଷ୍ଠାନ ଘୋଷଣା କରିଥିଲା ଯେ, ଏଆଇ ଏହି ପ୍ଲାଟଫର୍ମର ଭାର ସମ୍ଭାଳୁ ଥିବାରୁ ଖୁବ ଶୀଘ୍ର ଏହା ଠିକାଦାରଙ୍କୁ ନିଯୁକ୍ତି କରିବା ବନ୍ଦ କରିଦେବ ।

ଆହାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ପୂର୍ବରୁ ବହୁ  ମିଟିଙ୍ଗରେ କହି ସାରିଛି, ଏବଂ ଏବେ ଅଫିସିଆଲି କହିବାକୁ ଚାହୁଁଛି, ଡୁଓଲିଙ୍ଗୋ ପ୍ରଥମ ଏଆଇ ହେବାକୁ ଯାଉଛି । କିପରି କାମ କରାଯାଏ ଏଆଇ ଏବେ ଠାରୁ ତାହାକୁ ପରିବର୍ତ୍ତନ କରିବା ଆରମ୍ଭ କରିଲାଣି । ଡୁଓଲିଙ୍ଗୋ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ମଧ୍ୟ କରିପାରିବ । 

ଅଧିକ ପଢ଼ନ୍ତୁ: ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍