Advertisment

WhatsApp ର ନୂଆ ଫାଇଦା; ନିଜ ଅନୁସାରେ ତିଆରି କରିପାରିବେ ଷ୍ଟିକର

ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍‌ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।

author-image
Pramod Behera
know the tips how to create whatsapp stickers in mobile know the tips

know the tips how to create whatsapp stickers in mobile know the tips

ଆଜିକାଲି ଯୁଗରେ କିଏ ବା ସୋସିଆଲ୍ ମିଡିଆ ବ୍ୟବହାରରୁ ମୁକ୍ତ! ଏନେଇ ବିଭିନ୍ନ ପ୍ରକାଶ ମେସେଜିଙ୍ଗ ଆପ୍ସ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଅନେକ ପ୍ରକାସ ଫିଚର ଯୋଗେଇ ଦେଉଛନ୍ତି। ପ୍ରତ୍ୟେକ ମେସେଜିଙ୍ଗ୍ ଆପ୍‌ରେ କମ ସମୟରେ ନିଜର ଭାବକୁ ପ୍ରକାଶ କରିବା ପାଇଁ ଷ୍ଟିକରର ସୁବିଧା ଅଛି।

Advertisment

ଆପ୍ସ ଦ୍ୱାରା ଦିଆଯାଇଥିବା ଷ୍ଟିକର୍ ବ୍ୟବହାର କରି ଲୋକେ ଲୋକେ ନିଜର ଭାବ ପ୍ରକାଶ କରିପାରୁଛନ୍ତି ସତ, କିନ୍ତୁ ବେଳେବେଳେ ଏମିତି ହୁଏ ଯେ ନିଜ ଭାବ ଅନୁସାରେ ଷ୍ଟିକର ମିଳେ ନାହିଁ। ଏଭଳି କ୍ଷେତ୍ରରେ ଲୋକେ ଚାହାନ୍ତି ଏମିତି କିଛି ସୁବିଧା ଥାଆନ୍ତା କି ଯାହା ଦ୍ୱାରା ସେମାନେ ଚାହୁଁଥିବା ଷ୍ଟିକର ନିଜେ ତିଆରି କରିଦିଅନ୍ତେ। ବର୍ତ୍ତମାନ ଏହି ସୁବିଧା ଆସିଯାଇଛି।

ସାରା ବିଶ୍ୱରେ ବହୁଳ ବ୍ୟବହୃତ ଆପ୍ ହ୍ୱାଟ୍ସଆପ୍ କିଛି ଦିନ ପୂର୍ବରୁ ଏକ ନୂଆ ଅପଡେଟ୍ ପ୍ରକାଶ କରିଛି। ଏହାର ଏହାର ଗ୍ରାହକମାନେ ନିଜ ଅନୁସାରେ ଷ୍ଟିକର୍ ତିଆରି କରିପାରିବେ ଏବଂ ଏହାକୁ ବ୍ୟବହାର ମଧ୍ୟ କରିପାରିବେ। ତେବେ ବର୍ତ୍ତମାନ ଏହାର ପାଇଦା କେବଳ ଆଇଓଏସ୍ ବ୍ୟବହାରକାରୀମାନେ ନେଇପାରିବେ।

Advertisment

ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ହ୍ୱାଟ୍ସଆପ୍‌ରେ ନିଜେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ଆଉ ଆପଣ ନିଜ ଅନୁସାରେ କିଛି ବି ଷ୍ଟିକର୍ ତିଆରି କରିବାକୁ ଚାହାନ୍ତି ତେବେ ଏହି ଟିପ୍ସଗୁଡିକ ଦେଖନ୍ତୁ।

କିପରି ତିଆରି କରିବେ ନିଜ ଷ୍ଟିକର୍:

  • ସର୍ବପ୍ରଥମେ ଆପଣଙ୍କର WhatsApp ଆପ୍ ଅପଡେଟ୍ କରନ୍ତୁ
  • ବର୍ତ୍ତମାନ ଯେକୌଣସି ଚାଟ୍ ଖୋଲନ୍ତୁ
  • ତଳେ ଷ୍ଟିକରର ଅପସନ୍ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ
  • + ସାଇନ୍ ଦେଖାଯିବ, ଏଥିରେ କ୍ଲିକ୍ କରନ୍ତୁ
  • ଫୋନର ଫଟୋ ଗ୍ୟାଲେରୀରୁ ଯାଆନ୍ତୁ
  • ସେମିତି ଫଟୋ ଚୟନ କରନ୍ତୁ ଯାହା ପାଇଁ ଆପଣ ଏକ ଷ୍ଟିକର୍ ତିଆରି କରିବାକୁ ଚାହୁଁଛନ୍ତି
  • ସେହି ଫଟୋ ଉପରେ କ୍ଲିକ୍ କରିବା ମାତ୍ରେ ଷ୍ଟିକର୍ ପ୍ରସ୍ତୁତ ହୋଇଯିବ
  • ଏହି ଷ୍ଟିକର୍ WhatsAppର ଷ୍ଟିକର୍ ଗ୍ୟାଲେରୀରେ ଦେଖାଯିବା ଆରମ୍ଭ କରିବ
WhatsApp New Features
Advertisment
Advertisment