Advertisment

Trick: ଜାଣନ୍ତୁ, କେମିତି ପଢ଼ିବେ WhatsApp ଡିଲିଟ୍‌ ମେସେଜ୍‌...

କେମିତି ପଢ଼ିବେ ହ୍ୱାଟ୍ସଆପ୍‌ ଡିଲିଟ୍‌ ମେସେଜ୍ ? ତେବେ ଅନେକ ଥାର୍ଡ ପାର୍ଟି ଆପ୍‌ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍‌ ମେସେଜ ପଢ଼ିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
How to Read Deleted Messages on WhatsApp

Know how to read WhatsApp delete messages

ଭାରତ ସମେତ ଅନ୍ୟ ଦେଶରେ ସର୍ବାଧିକ ବ୍ୟବହୃତ ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍ ହେଉଛି ହ୍ୱାଟ୍ସଆପ୍‌(WhatsApp)। ସବୁବେଳେ ୟୁଜର୍ସଙ୍କ ପ୍ରାଇଭେସି ଉପରେ ଧ୍ୟାନ ଦେଇ ଅନେକ ଫିଚର୍ସ ହ୍ୱାଟ୍ସଆପ୍‌ ପକ୍ଷରୁ ଲଞ୍ଚ୍‌ କରାଯାଉଛି। ଏହା ୟୁଜର୍ସଙ୍କୁ ଚାଟ୍‌ ପ୍ରାଇଭେଟ୍‌, ବ୍ଲକ୍‌ କିମ୍ବା ସ୍ପାମ୍‌ କଣ୍ଟାକ୍ଟ ପାଇଁ ଅନୁମତି ପ୍ରଦାନ କରିଥାଏ। ଅନ୍ୟ ୟୁଜର୍ସଙ୍କୁ ପଠାଇଥିବା ମେସେଜକୁ ଆପଣ ୨ ଦିନ ୧୨ ଘଣ୍ଟା ମଧ୍ୟରେ ଡିଲିଟ୍‌ କରିପାରିବେ। ଚାଟ୍‌ ବକ୍ସକୁ ଯାଇ ମେସେଜକୁ ସିଲେକ୍ଟ କରି ‘Delete for me’ କିମ୍ବା ‘Delete for everyone’ ସିଲେକ୍ଟ କରନ୍ତୁ। ଯଦି ଆପଣ ‘Deleted for everyone’ ସିଲେକ୍ଟ କରି ମେସେଜକୁ ଡିଲିଟ୍‌ କରୁଛନ୍ତି ତା’ହେଲେ ଯାହାଙ୍କ ପାଖକୁ ଆପଣ ମେସେଜ ପଠାଇଥିବେ ଏହା ଡିଲିଟ୍‌ ବୋଲି ଦେଖାଇବ। 

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ଆପଣଙ୍କ ତଥ୍ୟ ଚୋରି ହୋଇଛି କି ନାହିଁ ?

ସାଧାରଣତଃ, ଆପଣଙ୍କ ପାଖକୁ କେହି ଜଣେ ମେସେଜ୍‌ ପଠାଇଛନ୍ତି, ହେଲେ ପର ମୁହୂର୍ତ୍ତରେ ଏହାକୁ ସେ ଡିଲିଟ୍‌ କରିଦେଇଛନ୍ତି, ତା’ହେଲେ ଏହା ଚାଟ୍‌ରେ ଦେଖିବାକୁ ମିଳିଥାଏ। ଏହି ସମୟରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥାଏ ମେସେଜ୍‌ଟି କ’ଣ ହୋଇଥିବ ? କାହିଁକି ଡିଲିଟ୍‌ କଲେ ? କିନ୍ତୁ ଆମେ ଏହା ଜାଣିପାରୁନୁ। କାହିଁକି ନା ଏହା ଡିଲିଟ୍‌ ହୋଇଯାଇଥାଏ।

ହ୍ୱାଟ୍ସଆପ୍‌ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏମିତି କୌଣସି ଫିଚର ଲଞ୍ଚ କରାଯାଇନି। ଯଦ୍ୱାରା ୟୁଜର୍ସ ଡିଲିଟ୍‌ ମେସେଜ ପଢ଼ିପାରିବେ। ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମଧ୍ୟ ଏଭଳି ଫିଚର ଲଞ୍ଚ୍‌ ହେବାର ଆଶା କରାଯାଉ ନାହିଁ। ଏଭଳି ସ୍ଥିତିରେ କେମିତି ପଢ଼ିବେ ଡିଲିଟ୍‌ ମେସେଜ୍ ? ହେଲେ ଅନେକ ଥାର୍ଡ ପାର୍ଟି ଆପ୍‌ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍‌ ମେସେଜ ପଢ଼ିପାରିବେ। କିନ୍ତୁ ଏଭଳି ଆପ୍‌ ବ୍ୟବହାର ୟୁଜର୍ସଙ୍କ ପାଇଁ ରିସ୍କ। କାରଣ ଏହାଦ୍ୱାରା ଡାଟା ଚୋରି ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆପଣ ରେଗୁଲାରି ହ୍ୱାଟ୍ସଆପ୍‌ ଡାଟାକୁ ବ୍ୟାକ୍‌ଅପ୍‌ କରି ମେସେଜ୍‌ ରିଷ୍ଟୋର କରିପାରିବେ। ଏଥିପାଇଁ ଆପଣ WhatsApp Settings > Chats > Chat Backup ଯାଇ ମେସେଜ୍‌ ବ୍ୟାକଅପ୍‌ କରିପାରିବେ। 

Advertisment

ଆଣ୍ଡ୍ରଏଡ୍‌ ଫୋନ୍‌ରେ କେମିତି ପଢ଼ିବେ ଡିଲିଟ୍‌ ମେସେଜ୍‌...

  • ଫୋନ୍‌ର 'Settings'କୁ ଯାଆନ୍ତୁ
  • ଏହାପରେ "Apps & Notifications" ଉପରେ ଟ୍ୟାପ୍‌ କରନ୍ତୁ
  • "Notifications" ସିଲେକ୍ଟ କରନ୍ତୁ
  • ଏହି ଅପ୍‌ସନ୍‌ କ୍ଲିକ୍‌ କରିବା ପରେ "Notification history" ଉପରେ କ୍ଲିକ୍‌ କରନ୍ତୁ
  • ଏହାପରେ 'Use notification history'କୁ ଯାଆନ୍ତୁ

‘Notification history' ଅନ୍‌ ହେବା ପରେ ଆପଣ ହ୍ୱାଟ୍ସଆପ୍‌ ମେସେଜ୍‌ର ନୋଟିଫିକେସନ୍‌ ପାଇପାରିବେ। ଯଦି ଏହା ଡିଲିଟ୍‌ ହୋଇଥାଏ, ଏହା ମଧ୍ୟ ଆଫଣ ପଢ଼ିପାରିବେ। 

ଏହି ଉପାୟରେ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ର ଡିଲିଟ୍‌ ମେସେଜ୍‌ ଜାଣିପାରିବେ...

  • Google Play Storeରୁ ”Get Deleted Messages” ଆପ୍‌ ଇନଷ୍ଟଲ୍‌ କରନ୍ତୁ
  • ଏହାପରେ ଆପଣଙ୍କୁ କିଛି ଅନୁମତି ଲୋଡ଼ାଯିବ। ଥରେ ଏହା ହୋଇଗଲା ପରେ ଆପଣଙ୍କର ଏହି ଫିଚର୍‌ ଇନ୍‌ଷ୍ଟଲ୍‌ ହୋଇଯିବ
  • ଯେତେବେଳେ ହ୍ୱାଟ୍ସଆପ୍‌ରେ ଡିଲିଟ୍‌ ମେସେଜ୍‌ ଦେଖିବେ, ଏହାପରେ ଆପଣ ଏହି ଆପ୍‌କୁ ଯାଇ ଡିଲିଟ୍ ମେସେଜ୍‌ ଚେକ୍‌ କରିପାରିବେ

ଧ୍ୟାନ ରଖନ୍ତୁ: ଏହି ଆପ୍‌ ଏକ ଥାର୍ଡ ପାର୍ଟି ଆପ୍‌। ତେଣୁ ଆପଣଙ୍କୁ କେହି ମେସେଜ୍‌ କଲେ ଫୋନ୍‌ରେ ନୋଟିଫିକେସନ୍‌ ଆସିବ। ତେଣୁ ନୋଟିଫିକେସନ୍‌ ପାଇଁ ଆପଣଙ୍କୁ ଅନୁମତି ଦେବାକୁ ପଡ଼ିବ। ଏହି ସମୟରେ ଆପଣ ଯଦି ହ୍ୱାଟ୍ସଆପ୍‌ ଚାଟ୍‌ ଖୋଲନ୍ତି ଏବଂ ଯଦି ମେସେଜ୍‌ ଡିଲିଟ୍‌ ହୋଇଥିବ ତା’ହେଲେ ଆପଣ ଏହାକୁ ଆଉ ପଢ଼ିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ”Get Deleted Messages” ଆପ୍‌ ଯାଇ ଦେଖିପାରିବେ।

WhatsApp WhatsApp Features
Advertisment
Advertisment