• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର । ଏହାକୁ ନେଇ ବଡ଼ ଯୋଜନା କରୁଛି CBSE । ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି । ନୂଆ ଶିକ୍ଷା ନୀତି (NEP 2020) ଅନୁଯାୟୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗତ ବର୍ଷ ଘୋଷଣା କରିଥିଲା ​​ଯେ ଛାତ୍ରମାନଙ୍କ ମଧ୍ୟରେ କୋଡିଂ ଓ ଏଆଇ (AI)ର ବ୍ୟବହାର ବିଷୟରେ ପଢାଯିବ । ଯାହା ଦ୍ୱାରା ପିଲାଙ୍କ ମଧ୍ୟରେ ଦକ୍ଷତା କ୍ଷେତ୍ରରେ ବୃଦ୍ଧି ହେବ । ତେବେ ବଡ଼ କଥା ହେଉଛି ଯେ ଦକ୍ଷତା ଶିକ୍ଷା ଉପରେ ଧ୍ୟାନ ଦେଉଥିବା ପାଠ୍ୟକ୍ରମଗୁଡ଼ିକ କେବଳ ନବମ ଶ୍ରେଣୀରୁ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯିବ ।  

ଏକ ରିପୋର୍ଟ ଅନୁଯା୍ୟୀ, ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ତାଙ୍କର ଚାକିରି ପାଇଁ ପ୍ରସ୍ତୁତ ହେବା ସହିତ ସେମାନେ ନୂଆ କୌଶଳ ଶିଖିବା ପାଇଁ ସମସ୍ତ ସ୍କୁଲ୍‌ଗୁଡ଼ିକରେ AIର ବ୍ୟବହାର ଉପରେ ବଡ଼ ଯୋଜନା ପ୍ରସ୍ତୁତି କରୁଛି ବୋର୍ଡ଼ । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଏକ ବୈଠକରେ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ବିସ୍ତୃତ AI ରଣନୀତି ପ୍ରସ୍ତୁତ କରିବାକୁ ବୋର୍ଡ ମଧ୍ୟ ପ୍ରସ୍ତାବ ଦେଇଥିଲା । 

ବୈଠକରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଆଇଆଇଟି, ଏନ୍‌ଆଇଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, AI ଇଣ୍ଡଷ୍ଟ୍ରିର କିଛି ଲୋକ ତଥା ସିବିଏସ୍ଇ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଏହା ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଲାଗୁ ହୋଇପାରେ ।

ବର୍ତ୍ତମାନ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଚାଲିଛି । ଚଳିତ ବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି  । ଏଥିମଧ୍ୟରୁ ରାଜ୍ୟରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସିବିଏସଇ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭ ଲଗାଯାଇଛି । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ ।