/odishatv-khabar/media/post_attachments/uploadimage/library/16_9/16_9_0/AI_Tool_1710164388.jpg)
AI Tool
ବିଶ୍ୱରେ ମାଡ଼ି ଚାଲିଛି କୃତ୍ରିମ ଇଣ୍ଟେଲିଜେନ୍ସ ବା AI । ପ୍ରକୃତରେ ଏହି ଟେକ୍ନୋଲୋଜି ନୂଆ ତ ନୁହେଁ ତେବେ ଚାଟ୍ ଜିପିଟି ସମସ୍ତଙ୍କ ପାଇଁ ଆରମ୍ଭ ହେବା ପରେ ଏହା ଟେକ୍ନୋଲୋଜିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ଦ୍ୱାରା ବହୁ ଅସାଧ୍ୟ ସାଧନ ହୋଇପାରୁଛି । ପୂରା ବିଶ୍ୱ ଏପର ସେପଟ ହୋଇପାରୁଛି । ବର୍ତ୍ତମାନର ପ୍ରଯୁକ୍ତି କ୍ଷେତ୍ରରେ ରୋବୋଟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି । ବର୍ତ୍ତମାନର ପରିସ୍ଥିତିରେ ଏହା ଯେତିକି ଲାଭ ଦେଉଛି, ତା’ଠାରୁ ଅଧିକ କ୍ଷତି ସାଧନ କରିବାର ଆଶଙ୍କା ରଖୁଛି ।
ଏହା ଅପବ୍ୟବହାର ମାନବ ସଭ୍ୟତାକୁ ଧ୍ୱଂସ କରିବାର କ୍ଷମତା ରଖେ । ଯଦିଓ AI ଉପକରଣଗୁଡ଼ିକରେ ନିରାପତ୍ତା ନିର୍ଦ୍ଦେଶାବଳୀ ଅଛି, ତେବେ ମଧ୍ୟ ଏହାର ବ୍ୟବହାର ମଣିଷ ଉପରେ ହିଁ ନିର୍ଭର କରେ । ଏକ ଘଟଣା ବର୍ତ୍ତମାନ ଏହାର ବ୍ୟବହାର ଉପରେ ପ୍ରଶ୍ନଚିହ୍ନ ଉଠାଇଛି ।
AI ଟୁଲ ସହୟତାରେ ଫ୍ଲୋରିଡାର ଦୁଇଜଣ ସ୍କୁଲ ଛାତ୍ର ନିଜ ସହପାଠୀଙ୍କ ଅଶ୍ଲୀଳ ଫଟୋ ତିଆରି କରିଥିଲେ । ଅଭିଯୋଗ ଆସିବା ପରେ ଗତ ଡିସେମ୍ବର ମାସରେ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ମାତ୍ର ୧୩ ଓ ୧୪ ବର୍ଷର ନାବାଳକ ଦ୍ୱୟ ସେମାନଙ୍କର ସହପାଠୀଙ୍କର ନଗ୍ନ ଫଟୋ ତିଆରି କରିଛନ୍ତି । ବିନା ଅନୁମତିରେ AI ଦ୍ୱାରା ନିର୍ମିତ ନଗ୍ନ ଚିତ୍ରକୁ ଭାଇରାଲ କରିବା ଅଭିଯୋଗରେ ଉଭୟ ଗିରଫ ହୋଇଛନ୍ତି ।
ତେବେ ଏପରି ମାମଲାରେ ଗିରଫ କରିବା ଫ୍ଲୋରିଡାରେ ପ୍ରଥମ ହୋଇପାରେ, କିନ୍ତୁ ଏହା ଯେ କେବଳ ଏକମାତ୍ର କେସ ତାହା କୁହାଯାଇନପାରେ । ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରୁ ଏପରି ଅଭିଯୋଗ ପୋଲିସ ପାଖକୁ ଆସୁଛି ।
ଗତ ନଭେମ୍ବରରେ, ନ୍ୟୁଜର୍ସିର ଏକ ବିଦ୍ୟାଳୟରେ ଏପରି ଘଟଣା ଘଟିଥିଲା । ସେତେବେଳେ ଏହ ଚହଳ ସୃଷ୍ଟି କରିଥିଲା । ସହପାଠୀମାନଙ୍କ ସହ ମିଶି AI ଦ୍ୱାରା ନିର୍ମିତ ଅଶ୍ଳୀଳ ଚିତ୍ର ତିଆରି କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଭାବକଙ୍କ ସହ ପ୍ରିନ୍ସପାଲଙ୍କୁ ମଧ୍ୟ ନୋଟିସ ପଠାଯାଇଥିଲା । ତେବେ ଆଗାମୀ ଦିନରେ AI ର ବ୍ୟବହାର ଯେ ଖରାପ ଆଡ଼କୁ ଗତି ନକରିବ ତାହା କିଏ କହିପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)