/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757216992.jpg)
Defence Ministry
ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସଶସ୍ତ୍ରବାହିନୀ ପାଇଁ ଏକ ନୂଆ ଯୋଜନା ଜାରି କରିଛି, ଯାହା ଆଗାମୀ ୧୫ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ହେବାକୁ ଥିବା ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଏଥିରେ ହାଇପରସୋନିକ୍ ମିସାଇଲ୍, ଷ୍ଟେଲ୍ଥ ବମ୍ବର ଡ୍ରୋନ୍, ଏଆଇ ଦ୍ୱାରା ଚାଳିତ ଅସ୍ତ୍ରଶସ୍ତ୍ର, ଉଚ୍ଚ-ଶକ୍ତି ଲେଜର ଏବଂ ପରମାଣବିକ ଶକ୍ତି ଦ୍ୱାରା ଚାଳିତ ଯୁଦ୍ଧପୋତ ଅନ୍ତର୍ଭୁକ୍ତ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତୀୟ ସେନାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଏବଂ ଘରୋଇ ଶିଳ୍ପମାନଙ୍କୁ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର କରାଇବା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ୧୫ ବର୍ଷୀୟା ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଭାରତର ସଶସ୍ତ୍ର ବାହିନୀରେ ସଂସ୍କାର ଅଣାଯିବ।
ଏହି ରୋଡମ୍ୟାପରେ ଭାରତର ଅସ୍ତ୍ରଶସ୍ତ୍ରରେ ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧ ଜାହାଜ, ପରବର୍ତ୍ତୀ ପିଢିର ଯୁଦ୍ଧ ଟ୍ୟାଙ୍କ, ହାଇପରସୋନିକ କ୍ଷେପଣାସ୍ତ୍ର, ଷ୍ଟେଲ୍ଥ ବମ୍ବର ଡ୍ରୋନ୍, ଏଆଇ ଚାଳିତ ଅସ୍ତ୍ରଶସ୍ତ୍ର ଓ ମହାକାଶଭିତ୍ତିକ ଯୁଦ୍ଧ ଜ୍ଞାନକୌଶଳ ସାମିଲ ରହିଛି। ଟି-୭୨ ଫ୍ଲିଟ ବଦଳରେ ସେନା ପ୍ରାୟ ୧୮୦୦ ଭବିଷ୍ୟତ ଟ୍ୟାଙ୍କ, ପାର୍ବତ୍ୟ ଯୁଦ୍ଧ ପାଇଁ ୪୦୦ ଲାଇଟ ଟ୍ୟାଙ୍କ୍, ୫୦ ହଜାର ଟ୍ୟାଙ୍କ ମାଉଣ୍ଟେଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର ଏବଂ ୭୦୦ରୁ ଅଧିକ ରୋବୋଟିକ୍ କାଉଣ୍ଟର-ଆଇଇଡି ସିଷ୍ଟମକୁ ସାମିଲ କରିବ। ନୌସେନାକୁ ଏକ ନୂଆ ବିମାନବାହୀ ଜାହାଜ, ୧୦ଟି ପରବର୍ତ୍ତୀ ପିଢିର ଫ୍ରିଗେଟ୍, ୭ଟି ଅତ୍ୟାଧୁନିକ କର୍ଭେଟ ଏବଂ ୪ଟି ଲ୍ୟାଣ୍ଡିଂ ଡକ୍ ପ୍ଲାଟଫର୍ମ ମିଳିବ। ଯୁଦ୍ଧ ଜାହାଜ ପାଇଁ ଆଣବିକ ପ୍ରପଲ୍ସନ ବ୍ୟବହାର କରାଯିବା ସହ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଏୟାରକ୍ରାଫ୍ଟ ଲଞ୍ଚ୍ ସିଷ୍ଟମ୍ ମଧ୍ୟ କମରାଯାଇଛି।
ବାୟୁସେନା ୭୫ଟି ହାଇ-ଅଲଟିଚ୍ୟୁଡ୍ ଛଦ୍ମ ଉପଗ୍ରହ, ୧୫୦ଟି ଷ୍ଟେଲ୍ଥ ବମ୍ବର ଡ୍ରୋନ୍, ଶତାଧିକ ନିର୍ଦ୍ଦିଷ୍ଟ ଗାଇଡେଡ୍ ଯୁଦ୍ଧାସ୍ତ୍ର ଏବଂ ୧୦୦ରୁ ଅଧିକ ରିମୋଟ୍ ପାଇଲଟ୍ ବିମାନ କିଣିବ। ଏହା ଏକବିଂଶ ଶତାବ୍ଦୀରେ ସମ୍ଭାବ୍ୟ ବିପଦର ଜବାବ ଦେବାରେ ସମର୍ଥ ହେବେ। ଏଗୁଡ଼ିକ ନିରୀକ୍ଷଣ, ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ଯୋଗାଯୋଗ ପାଇଁ ବ୍ୟବହୃତ ହେବ।
ଭାରତୀୟ ସେନାରେ ୧୪ ଲକ୍ଷରୁ ଅଧିକ ସୈନିକ ଅଛନ୍ତି। ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ କହିଛି ଯେ ଏହା ଦ୍ୱାରା ଘରୋଇ ଶିଳ୍ପମାନଙ୍କୁ ଗବେଷଣା ଓ ବିକାଶରେ ସହାୟତା ମିଳିବ। ସେମାନେ ଉତ୍ପାଦନ ଲାଇନ ଏବଂ ଏସେମ୍ବଲି ସ୍ଥାପନ କରିପାରିବେ। ଏହା ଦ୍ୱାରା ସେନାର ଆବଶ୍ୟକତା ସମୟ ପୂର୍ବରୁ ପୂରଣ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)