/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756536302.jpg)
New-Phone-Dialler
ନିକଟରେ ଆଣ୍ଡ୍ରଏଡ୍ ଫୋନ୍ରେ କଲିଂ ସ୍କ୍ରିନ୍ ହଠାତ୍ ପରିବର୍ତ୍ତନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନେକ ମଧ୍ୟ ଡରି ଯାଇଥିଲେ ଯେ ବୋଧହୁଏ ସେମାନଙ୍କ ଫୋନ୍ ହ୍ୟାକ୍ ହୋଇଛି। କିନ୍ତୁ ପ୍ରକୃତ କଥା ହେଉଛି, ଏହି ପରିବର୍ତ୍ତନ କେବଳ ଗୁଗୁଲ୍ର ନୂଆ ଅପଡେଟ୍ ଯୋଗୁଁ ହୋଇଛି।
ଗୁଗୁଲ୍ ଏହି ବର୍ଷ ମେ ମାସରେ 'ମଟେରିଆଲ୍ 3 ଏକ୍ସପ୍ରେସିଭ୍ ଡିଜାଇନ୍' ନାମକ ଏକ ବଡ ଅପଡେଟ୍ ଜାରି କରିଥିଲା। କମ୍ପାନୀ ଅନୁସାରେ ଏହି ଅପଡେଟ୍ ଗତ କିଛି ବର୍ଷ ମଧ୍ୟରେ କରାଯାଇଥିବା ସବୁଠାରୁ ବଡ଼ ପରିବର୍ତ୍ତନ। ଏହା ମାଧ୍ୟମରେ, ଫୋନ୍ ଇଣ୍ଟର୍ଫେସ୍ ଏବଂ ଆପ୍ ପୂର୍ବ ଅପେକ୍ଷା ଇଜି, ସ୍ପିଡ୍ ଏବଂ ଅଧିକ ୟୁଜର୍-ଫ୍ରେଣ୍ଡଲୀ ହୋଇଯିବ।
ଏହି ଅପଡେଟ୍ କେବଳ ନୋଟିଫିକେସନ୍ ଏବଂ କଲର୍ ଥିମ୍ ନୁହେଁ ବରଂ ଫଟୋ, Gmail, ୱାଚ୍ ଆପ୍ ଏବଂ ବିଶେଷକରି ଫୋନ୍ କଲିଂ ସ୍କ୍ରିନ୍ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି କାରଣରୁ ଫୋନ୍ ଆପ୍ର ଲେଆଉଟ୍ ଆଉ ଆଗ ପରି ଦେଖାଯାଉ ନାହିଁ। ତେବେ ଗୁଗୁଲର ଏହି ଅପଡେଟ୍ ବିନା ସୂଚନାରେ ୟୁଜରଙ୍କ ଫୋନରେ ଆପେ ଆପେ ଇନଷ୍ଟଲ୍ ହୋଇଯାଇଥିବାରୁ ଏହା ଅନେକଙ୍କ ମନରେ ରାଗ ସୃଷ୍ଟି କରିଛି। କିଛି ମଧ୍ୟ ଏହି ନୂଆ ଅପଡେଟ୍କୁ ପସନ୍ଦ କରୁନାହାଁନ୍ତି ଆଉ ପୁରୁଣା ଇଣ୍ଟର୍ଫେସ୍କୁ ଫେରିବାକୁ ଚାହୁଁଛନ୍ତି।
- ଆପଣ ବି ଯଦି ପୁରୁଣା ଇଣ୍ଟର୍ଫେସ୍କୁ ଚାହୁଁଛନ୍ତି ତେବେ ଫୋନର ସେଟିଂରେ APPs ସେକ୍ସନକୁ ଯାଆନ୍ତୁ।
- ଏହା ପରେ ଉପର ଡାହାଣ ପାଖରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରନ୍ତୁ।
- ଏଠାରେ ଆପଣ Uninstall Updates ଅପ୍ସନ୍ ପାଇବେ, ଏହା ଉପରେ କ୍ଲିକ୍ କରନ୍ତୁ।
- ଏହା ପରେ ଆପଣଙ୍କ ସାମ୍ନାରେ ଏକ ବକ୍ସ ଆସିବ ଆଉ ଏଥିରେ ଲେଖାଥିବ “Replace this app with the factory version? All data will be removed.” ଏହା ପରେ ଆପ୍ର ଅପଡେଟ୍ ଡାଟା ଡିଲିଟ୍ ହେଇଯିବ ଏବଂ ଫୋନ୍ରେ ପୁରୁଣା ଷ୍ଟାଇଲ୍ ରିଷ୍ଟୋର୍ ହୋଇଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)