• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିଲା ଖୁସି ଖବର । ଏଣିକି ଚାଲିଲେ ବାହାରିବ ବିଦ୍ୟୁତ । ଏନେଇ ଚାଲିଛି ଗବେଷଣା । ଓସାକା ମେଟ୍ରୋପଲିଟାନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏନେଇ ଆରମ୍ଭ କରିଛନ୍ତି ଗବେଷଣା । ଚାଲିବା ଦ୍ୱାରା ଯେଉଁ ଭାଇବ୍ରେସନ୍‌ ଉତ୍ପନ୍ନ ହୋଇଥାଏ ସେଥିରୁ ସେମାନେ ବିଦ୍ୟୁତ ଉତ୍ପାଦନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅର୍ଥାତ୍‌ ଚାଲିବା ଦ୍ୱାରା ଯେଉଁ ଶକ୍ତି ଉତ୍ପନ୍ନ ହୋଇଥାଏ ତାକୁ ବିଦ୍ୟୁତ ଶକ୍ତିରେ ପରିଣତ କରିବା ପାଇଁ ଗବେଷଣା କରୁଛନ୍ତି । 

ଏଥିରୁ ଯେଉଁ ଶକ୍ତି ଉତ୍ପନ୍ନ ହେବ, ସେଥିରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଛୋଟ ଛୋଟ ବିଦ୍ୟୁତ ଉପକରଣକୁ ଚାର୍ଜ କରାଯାଇପାରିବ । ଏପରିକି ଆପଣ ବ୍ୟବହାର କରୁଥିବା ଏଥିରେ ସହଜରେ ଚାର୍ଜ ହୋଇପାରିବ ବୋଲି  ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ରହିବନି କ୍ରିଏଟିଭିଟି, ମସ୍ତିସ୍କରେ ହେବ ସମସ୍ୟା

ତେବେ କୌଣସି ବି ଶକ୍ତିକୁ ବିଦ୍ୟୁତରେ ରୁପାନ୍ତରିତ କରିବା ନୂଆ କଥା ନୁହେଁ । ଏମିତି ବିଭିନ୍ନ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୁପାନ୍ତରିତ କରି ବ୍ୟବହାର କରାଯାଉଥିବାର ନଜିର ରହିଛି । ଯେମିତି ସୌର ଶକ୍ତି, ତାପଜ ଶକ୍ତି ଆଦିରୁ ବିଭିନ୍ନ ବିଦ୍ୟୁତ ଉପକରଣ ବ୍ୟବହାର କରାଯାଉଛି । ଏହା ଦୁଇ ସେଣ୍ଟିମିଣ୍ଟରର ଏକ ୟୁ ଆକାରର ମେଟାଲ । ଯାହା ସାହାଯ୍ୟରେ ଶକ୍ତି ଉତ୍ପନ୍ନ କରାଯିବ । ଛୋଟଛୋଟ ଇଲେକ୍ଟ୍ରୋନିକ୍‌ ଡିଭାଇସ ବ୍ୟବହାର କରିବା ପାଇଁ ଏହି ଶକ୍ତି ଯଥେଷ୍ଟ ବୋଲି, ବିଶେଷଜ୍ଞ ଯୋଶିମୁରା କହିଛନ୍ତି ।