Advertisment

ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ରହିବନି କ୍ରିଏଟିଭିଟି, ମସ୍ତିସ୍କରେ ହେବ ସମସ୍ୟା

ପୂର୍ବରୁ ନୂଆ କରିବା ପାଇଁ ଯେଉଁ ଇଚ୍ଛାଶକ୍ତି ଥାଏ ତାହା ଧିରେ ଧିରେ କମ୍‌ ହୋଇଯାଏ । ଚାଇନାର ଏକ ଗବେଶଣା ସଂସ୍ଥା ଏହି ଗବେଶଣା କରିଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Smartphone

Smartphone

ଆପଣ ସ୍ମାଟ୍‌ ଫୋନ୍ ବ୍ୟବହାର କରୁଛନ୍ତି କି ? ତେବେ ତୁରନ୍ତ ଏହାକୁ ବନ୍ଦ କରନ୍ତୁ । ଯଦି ଆପଣ ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ମସ୍ତିସ୍କ ଉପରେ ଓ ଚିନ୍ତାଧାରା ଉପରେ ପ୍ରଭାବ ପକାଇବ । ଆପଣଙ୍କ ଜୀବନ ଶୈଳି ମଧ୍ୟ ପରିବର୍ତ୍ତନ କରିଦେବ । ଯଦି ଆପଣ ସାଧାରଣ ଭାବେ ଜଣେ କ୍ରିଏଟିଭ୍‌ ବ୍ୟକ୍ତି ତେବେ ସ୍ମାର୍ଟଫୋନ୍‌ଠାରୁ ତୁରନ୍ତୁ ଦୁରେଇ ଯିବା ଉଚିତ୍ ।

Advertisment

ଏହି କଥା ଆମେ କହୁନାହୁଁ, ଏକ ଗବେଶଣାରୁ ଜଣାପଡ଼ିଛି ଯେ ଯେଉଁମାନେ ସାଧାରଣତଃ କ୍ରିଏଟିଭ୍ ବା ନୂଆ କଥା ଚିନ୍ତା କରନ୍ତି ଏବଂ ନୂଆ କିଛି କରିବାକୁ ସବୁବେଳେ ଚେଷ୍ଟା କରନ୍ତି ସେମାନେ ଏହି ସ୍ମାର୍ଟଫୋନ୍ ବ୍ୟବହାର ପରେ ଧିମା ପଡ଼ିଯାଆନ୍ତି । ଅର୍ଥାତ୍‌ ତାଙ୍କର କ୍ରିଏଟିଭିଟି କମିଯାଇଥାଏ । ପୂର୍ବରୁ ନୂଆ କରିବା ପାଇଁ ଯେଉଁ ଇଚ୍ଛାଶକ୍ତି ଥାଏ ତାହା ଧିରେ ଧିରେ କମ୍‌ ହୋଇଯାଏ । ଚାଇନାର ଏକ ଗବେଶଣା ସଂସ୍ଥା ଏହି ଗବେଶଣା କରିଥିଲା । 

ଗବେଶଣାରୁ ଜଣାପଡ଼ିଲା ଯେ, ମାତ୍ରାଧିକ ସ୍ମାର୍ଟଫୋନ୍‌ ବ୍ୟବହାର ଦ୍ୱାରା ସାଧାରଣତଃ ମଣିଷ, ସମାଜଠାରୁ ଦୂରେଇ ରୁହେ ବା ସାମାଜିକ ବ୍ୟବହାର ଶୈଳିରେ ତାର ପରିବର୍ତ୍ତନ ଆସିଥାଏ । ସେ ସହଜରେ ଲୋକଙ୍କ ସହ ମିଶିପାରି ନଥାଏ । ସ୍ମାର୍ଟଫୋନ୍‌ ବ୍ୟବହାର ଦ୍ୱାରା ମଣିଷର ମସ୍ତିଷ୍କରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

Advertisment

ଏହି ସର୍ଭେ ପାଇଁ ସାନ୍‌କ୍‌ସି ନରମାଲ ୟୁନିଭରସିଟିରୁ ୪୮ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କ ବୟସ ପ୍ରାୟ ୧୮ରୁ ୨୫ ବଷଁ ମଧ୍ୟରେ । ତେବେ ୪୮ ଜଣ ଛାତ୍ରଛାତ୍ରୀଙ୍କୁ କିଛି ଦିନ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୨୪ ଜର ଖୁବ୍‌ ଖରାପ ମାର୍କ ରଖିଥିଲେ । କାରଣ ସେହି ୨୪ ଜଣଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ସୁଯୋଗ ଦିଆଯାଇଥିଲା । ସେମାନେ ଏହି ସର୍ଭେ ସମୟ ମଧ୍ୟରେ ଖୁବ୍‌ ସ୍ମାର୍ଟ ଫୋନ୍‌ ବ୍ୟବହାର କରିଥିଲେ । ଅନ୍ୟପଟେ ଯେଉଁ ୨୪ ଜଣଙ୍କୁ ସ୍ମାର୍ଟ ଫୋନ୍‌ଠାରୁ ଦୂରେଇ ରଖାଯାଇଥିଲା, ସେମାନଙ୍କ ପ୍ରଦର୍ଶନ ପରୀକ୍ଷାରେ ଖୁବ୍‌ ଭଲ ଥିଲା । 

ତେବେ ଗବେଶଣାରେ ଉକ୍ତ ୪୮ ଛାତ୍ରାଛାତ୍ରୀଙ୍କ କ୍ରିଏଟିଭିଟି ପରୀକ୍ଷା କରାଯାଇଥିଲା । ସେମାନେ କେତେ ଶୀଘ୍ର ପ୍ରଶ୍ନର ଉତ୍ତର ଦେଉଛନ୍ତି ଏବଂ କେତେ ଶୀଘ୍ର ପ୍ରଶ୍ନକୁ ବୁଝିପାରୁଛନ୍ତି । ଏମିତିକି କୌଣସି ନୂଆ ଟାସ୍କ ପାଇବା ପରେ ସେମାନଙ୍କର ପ୍ରତିକ୍ରିୟା କେଉଁଭଳି ରହୁଛି । ଏହିସବୁ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଖାଲି ସେତିକି ନୁହେଁ ପିଲାଙ୍କର ଆଇକ୍ୟୁ ଟେଷ୍ଟ ମଧ୍ୟ କରାଯାଇଥିଲା । ଯେଉଁଥିରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ୨୪ ଜଣ ଛାତ୍ରଛାତ୍ରୀ ଖରାପ ପ୍ରଦର୍ଶନ କରିଥିଲେ । 

କିନ୍ତୁ ଅନ୍ୟ ୨୪ ଜଣ ଯେଉଁମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରୁନଥିଲେ ସେମାନଙ୍କ ଆଇକ୍ୟୁ ପାୱାର ଭଲ ରହିଥିବା ଜଣାପଡ଼ିବା ସହ ସେମାନଙ୍କର ଜ୍ଞାନ ଆହରଣ କରିବାର ଆଗ୍ରହ ଥିବା ଦେଖାଯାଇଥିଲା । ଖାଲି ସେତିକି ନୁହେଁ ସେମାନେ ଅଧିକ କ୍ରିଏଟିଭ୍‌ ଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । 

Smart Phone
Advertisment
Advertisment