/odishatv-khabar/media/post_attachments/uploadimage/library/16_9/16_9_0/Skype_1746450315.jpg)
Skype
ଆଜିଠାରୁ ସବୁଦିନ ପାଇଁ ବନ୍ଦ ହେଲା ସ୍କାଇପ୍ (Skype) । ଭିଡିଓ କଲିଂ ଆପ୍ ସ୍କାଇପ୍କୁ ମାଇକ୍ରୋସଫ୍ଟ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଭିଡ଼ିଓ ଏବଂ ଭଏସ୍ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଇପ୍ । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ୨୦୦୩ରେ ଉତ୍ତର ୟୁରୋପୀୟ ଦେଶରେ କିଛି ଇଞ୍ଜିନିୟରଙ୍କ ଦ୍ୱାରା ଏହାର ଲଞ୍ଚ କରାଯାଇଥିଲା । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡଲାଇନ୍ ବଦଳରେ ଇଣ୍ଟରନେଟ୍ ବ୍ୟବହାର କରି କଲ୍ କରିବାକୁ ଆରମ୍ଭ ହୋଇଥିଲା ।
ଅଧିକ ପଢ଼ନ୍ତୁ: AI ସାହାଯ୍ୟରେ ଜନ୍ମହେଲା ବିଶ୍ୱର ପ୍ରଥମ ଶିଶୁ ; ଜାଣନ୍ତୁ କେମିତି ?
୨୦୦୫ରେ ସ୍କାଇପ୍ରେ ଭିଡିଓ କଲିଂ ସୁବିଧା ମଧ୍ୟ ସାମିଲ କରାଯାଇଥିଲା । ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ଏହି ପ୍ଲାଟଫର୍ମକୁ କିଣିଥିଲା । ଏହି ସମୟରେ ସ୍କାଇପ୍ ନିକଟରେ ୧୭୦ ମିଲିୟନ ୟୁଜର ଥିଲେ । କିନ୍ତୁ କୋଭିଡ ମହାମାରୀ ସମୟରେ ଜୁମ୍ ଓ ଟିମ୍ସ ଭଳି ନୂଆ ଭିଡିଓ ପ୍ଲାଟଫର୍ମ ଦ୍ରୁତଗତିରେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସମୟରେ ସ୍କାଇପ ୟୁଜରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା ।
ଏଥିଲାଗି ମାଇକ୍ରୋସଫ୍ଟ ସ୍କାଇପ୍କୁ ଏବେ ବନ୍ଦ କରି ଟିମ୍ସକୁ ଆଗକୁ ବଢାଇବାକୁ ଚାହୁଁଛି । ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେବ ସ୍କାଇପ୍ ସେବା ଯୋଗାଇ ଆସୁଛି । ନୂଆ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ହେଉ କିମ୍ବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ହେଉ, ସ୍କାଇପ୍ ଯୋଗାଯୋଗର ମାଧ୍ୟମ ପାଲଟିଥିଲା । ଏବେ କିନ୍ତୁ କମ୍ପାନୀ ସବୁଦିନ ପାଇଁ ଏହାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)