Advertisment

Human Washing Machine: ମଣିଷଙ୍କୁ ଗାଧୋଇ ଦେବାକୁ ଆସିଲା ୱାଶିଂ ମେସିନ୍; ୧୫ ମିନିଟ୍‌ରେ ସଫା କରିଦେବ ତାଳୁରୁ ତଳିପା

ଜାପାନରେ ଟିକେ ଆଗକୁ ଯାଇ ଏଭଳି ଏକ ମେସିନ୍‌ ତିଆରି କରାଯାଇଛି, ଯାହାକି ମଣିଷକୁ ବି ଗାଧୋଇଦେବ ।

ଅଦ୍ୟତନ ହୋଇଛି
Human Washing Machine

Human Washing Machine

Advertisment

ୱାଶିଂ ମେସିନ୍ କହିଲେ ଆମେ ଯେଉଁଥିରେ ଲୁଗା ସଫା କରୁ। କିନ୍ତୁ ଜାପାନରେ ଟିକେ ଆଗକୁ ଯାଇ ଏଭଳି ଏକ ମେସିନ୍‌ ତିଆରି କରାଯାଇଛି, ଯାହାକି ମଣିଷକୁ ବି ଗାଧୋଇଦେବ । ଏହାକୁ କୁହାଯାଉଛି ହ୍ୟୁମାନ୍ ୱାଶିଂ ମେସିନ୍। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେବି ସତ। ଏଭଳି ଏକ ମେସିନ୍ ବାହାର କରିଛି ଜାପାନର ଏକ କଂପାନୀ। ଯେଉଁଥିରେ ମାତ୍ର ୧୫ ମିନିଟ୍ ଭିତରେ ତାଳୁରୁ ତଳିପା ଯାଏ ଆପଣ ହୋଇପାରିବେ ସଫା।

Advertisment

ବିଜ୍ଞାନର କମାଲ୍। ମଣିଷଙ୍କୁ ଗାଧୋଇ ଦେବାକୁ ଆସିଲା ୱାଶିଂ ମେସିନ୍। ମାତ୍ର ୧୫ ମିନିଟ୍ ଭିତରେ ସଫା କରିଦେବ ତାଳୁରୁ ତଳିପା । କଥାଟି ବିଶ୍ବାସ ହେଉନଥିଲେ ବି ସତ। ଜାପାନରେ ଏକ କଂପାନୀ ସାଇନ୍ସ କୋ, ମଣିଷଙ୍କ ପାଇଁ ନିର୍ମାଣ କରିଛି ଏଭଳି ଏକ ହ୍ୟୁମାନ୍ ୱାଶିଂ ମେସିନ୍। ଯାହାକି ମାତ୍ର ୧୫ ମିନିଟ୍ ଭିତରେ ମୁଣ୍ଡରୁ ପାଦ ଯାଏ ଆପଣଙ୍କୁ ଗାଧୋଇଦେବ ବୋଲି ଦାବି କରିଛି କଂପାନୀ। 

ଅଧିକ ପଢନ୍ତୁ : ଆପଣଙ୍କ ସ୍ମାର୍ଟ ଟିଭି ବାରମ୍ବାର ହ୍ୟାଙ୍ଗ୍ ହେଉଛି କି… ବ୍ୟସ୍ତ ହୁଅନ୍ତୁ ନାହିଁ; ନିଜେ କରନ୍ତୁ ସମାଧାନ

Advertisment

ଏହି ମେସିନ୍‌ଟି ସଂପୂର୍ଣ୍ଣ ଭାବେ AI ଦ୍ବାରା ପରିଚାଳିତ। ଜଣେ ଏଥିରେ ସ୍ପା ଭଳି ଅନୁଭୂତି ପାଇପାରିବ। ଏହାସହ ଏଥିରେ ରହିଛି ଅନେକ ଆଡଭାନ୍ସ ଟେକନୋଲଜି। ୱାଟର୍ ଜେଟ୍, ମାଇକ୍ରୋସ୍ପୋପିକ୍ ଏୟାର ବବଲ୍ସର ବ୍ୟବସ୍ଥା ରହିଛି। ଯାହାକି ଶରୀରର ମଇଳାକୁ ସଫା କରିବାକୁ ସକ୍ଷମ ହେବ। ଏହି ୱାଶିଂ ମେସିନଟିକୁ ଏକ ପଡ୍ ଭଳି ଡିଜାଇନ୍ କରାଯାଇଛି। ଯାହା ଭିତରେ ଆପଣ ପ୍ରବେଶ କଲେ, ସଂପୂର୍ଣ୍ଣ ଭାବେ ମେସିନ୍‌ଟି ଆପଣଙ୍କୁ ଗାଧୋଇ ବାହାର କରିବ। 

ଏଥିରେ ଲାଗିଥିବା AI ସିଷ୍ଟମ ଶାରୀରିକ ଅବସ୍ଥା ହିସାବରେ ସେଟ୍ ହୋଇପାରିବ। ଏହାସହିତ ଗାଧୋଇବାବେଳେ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ପଡ୍ ଭିତରେ ଭିଜୁଆଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି। ଏହି ମେସିନ୍‌ର ନାଁ ରଖାଯାଇଛି ମିରାଇ ନିନଜେନ୍ ସେଣ୍ଟାକୁକି। ଆସନ୍ତା ୨୦୨୫ ମସିହା ଓସାକା ଏକ୍ସପୋରେ ଏହି ମେସିନ୍ ଟିକୁ ପ୍ରଦର୍ଶିତ କରାଯିବାର ଯୋଜନା ରଖିଛି କଂପାନୀ। ତେବେ ମଣିଷଙ୍କ ସୁବିଧା ପାଇଁ ଜାପାନରେ କରାଯାଇଥିବା ଏହି ମେସିନ ସତରେ ଆଗାମୀ ଦିନରେ କେତେ କାମରେ ଆସିବ, ତାହା ସମୟ କହିବ।

Advertisment

ଅଧିକ ପଢନ୍ତୁ : ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

Japan Technology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ