ଆଜିକାଲି ସ୍ମାର୍ଟ ଟିଭି ମନୋରଞ୍ଜନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। କିନ୍ତୁ ଯେତେବେଳେ ଏହା ବାରମ୍ବାର ହ୍ୟାଙ୍ଗ ହୁଏ ବିରକ୍ତିକର ହୋଇଯାଏ। ଆପଣ ମଧ୍ୟ ନିଜ ଘରେ ସ୍ମାର୍ଟ ଟିଭି ବ୍ୟବହାର କରନ୍ତି କି? ଚାଲିବା ସମୟରେ ତୁମର ଟିଭି ପରଦା ଅଟକି ଯାଉଛି କି?
ସ୍ମାର୍ଟ ଟିଭିରେ ଏହି ସମସ୍ୟା ପ୍ରାୟତଃ ଦେଖାଯାଏ ଆଉ ଏହାର ସମାଧାନ ପାଇଁ ଆମେ ସେହି ଗୋଟିଏ ଉପାୟକୁ ବ୍ୟବହାର କରୁ। ତାହା ହେଉଛି ଏହାକୁ ବନ୍ଦକରି ପୁଣି ଅନ୍ କରିବା। କିନ୍ତୁ ଏପରି କାହିଁକି ହୁଏ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ କ’ଣ ନାହିଁ, ଏଭଳି ପ୍ରଶ୍ନ ମଧ୍ୟ ଆସେ।
Also Read
ବିଭିନ୍ନ କାରଣରୁ ଟିଭି ସ୍କ୍ରିନ୍ ଅଟକି ଯାଏ। ଏସବୁର ସମାଧାନ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଏମିତି କିଛି ସମସ୍ୟା ଆସିଥାଏ ଯାହା ଖୁବ୍ ସାଧାରଣ ଏବଂ ସେସବୁର ସମାଧାନ ମଧ୍ୟ ସରଳ। ଉଦାହରଣ ସ୍ୱରୂପ, ବେଳେବେଳେ ୱାଇ-ଫାଇ ସିଗ୍ନାଲ୍ ସହିତ ଏକ ସମସ୍ୟା ହୋଇପାରେ, ଯାହା ପାଇଁ ଆପଣ କିଛି କରିପାରିବେ ନାହିଁ।
କିନ୍ତୁ ଅନେକ ସମୟରେ ଲୁଜ୍ କେବୁଲ ଯୋଗୁଁ ଟିଭି ଫ୍ରିଜ ହୋଇଯାଏ। ଏଥିପାଇଁ ଆପଣଙ୍କୁ ଆପଣଙ୍କର ୱାଇ-ଫାଇ ସେଟ୍ ଟପ୍ ବକ୍ସର କନେକ୍ସନ୍କୁ ଯାଞ୍ଚ କରିବାକୁ ପଡିବ ଏବଂ ଯଦି ଅଧିକ ସମସ୍ୟା ଥାଏ ତେବେ ୱାଇ-ଫାଇ ବଦଳରେ କେବୁଲ୍ ବ୍ୟବହାର କରିପାରିବେ।
ଏହି ସମସ୍ୟା ମଧ୍ୟ ହାର୍ଡୱେର୍, ସଫ୍ଟୱେର୍ ସମସ୍ୟା କାରଣରୁ ହୋଇପାରେ। ଯଦି ଆପଣଙ୍କର ସ୍ମାର୍ଟ ଟିଭି ବାରମ୍ବାର ଫ୍ରିଜ୍ ହୋଇଯାଉଛି କିମ୍ବା ସ୍ଲୋ ହୋଇଯାଉଛି, ଏଠାରେ ଦିଆଯାଇଥିବା କିଛି ସରଳ ଏବଂ ପ୍ରଭାବଶାଳୀ ସମାଧାନ ଆପଣଙ୍କୁ ସାହାଯ୍ୟ କରିପାରିବ। ଆସନ୍ତୁ ଜାଣିବା...
ଟିଭି ରିଷ୍ଟାର୍ଟ:
ବେଳେବେଳେ, ଦୀର୍ଘ ସମୟ ଧରି ଟିଭି ଚାଲିବା ଦ୍ୱାରା ଏହା ଗରମ ହୋଇଯାଏ ଏବଂ ହ୍ୟାଙ୍ଗ୍ ହେବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ଟିଭି ବନ୍ଦ କରନ୍ତୁ ଏବଂ ଏହାକୁ ମୁଖ୍ୟ ପାୱାର୍ ସୁଇଚ୍ରୁ ଅଲଗା କରନ୍ତୁ। ୫-୧୦ ମିନିଟ୍ ପରେ ଏହାକୁ ରିଷ୍ଟାର୍ଟ କରନ୍ତୁ। ଏହି ଉପାୟ ଛୋଟ ଛୋଟ ଟେକ୍ନିନାଲ ସମସ୍ୟାକୁ ଠିକ୍ କରିପାରେ।
ସଫ୍ଟୱେର୍ ଅପଡେଟ୍:
ପୁରୁଣା ସଫ୍ଟୱେର୍ ଟିଭିର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇପାରେ। ଏଭଳି କ୍ଷେତ୍ରରେ ସେଟିଂକୁ ଯାଆନ୍ତୁ ଏବଂ “ସଫ୍ଟୱେର୍ ଅପଡେଟ୍” ଅପ୍ସନ୍ ଖୋଜନ୍ତୁ। ଯଦି ଏକ କୌଣସି ନୂଆ ଅପ୍ଡେଟ୍ ଅଛି ତେବେ ଏହାକୁ ଡାଉନ୍ଲୋଡ୍ କରନ୍ତୁ ଏବଂ ଇଷ୍ଟଲ୍ କରନ୍ତୁ। ଅପ୍ଡେଟ୍ଗୁଡିକ ପ୍ରାୟତ ଏଭଳି ସମସ୍ୟାକୁ ଠିକ୍ କରିଦିଏ।
ଅନାବଶ୍ୟକ ଆପ୍ ଏବଂ ଡାଟା ଡିଲିଟ୍:
ସ୍ମାର୍ଟ ଟିଭିରେ ଅଧିକ ଆପ୍ ଇନ୍ଷ୍ଟଲ୍ ହେବା ସହିତ ଷ୍ଟୋରେଜ୍ ଏବଂ ମେମୋରୀ ଉପରେ ଚାପ ବଢିଥାଏ। ଫଳରେ ଅବ୍ୟବହୃତ ଆପ୍ ଡିଲିଟ୍ କରନ୍ତୁ। କ୍ୟାସ୍ ମେମୋରୀକୁ ସଫା କରିବାକୁ, "ଷ୍ଟୋରେଜ୍ କ୍ଲିୟର୍" କିମ୍ବା "କ୍ୟାସ୍ କ୍ଲିୟର୍" ଅପସନ୍ ବ୍ୟବହାର କରନ୍ତୁ।
ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ:
ସ୍ଲୋ ଇଣ୍ଟର୍ନେଟ୍ ମଧ୍ୟ ଟିଭିକୁ ହ୍ୟାଙ୍ଗ୍ କରିପାରେ। ଏଭଳି କ୍ଷେତ୍ରରେ ରାଉଟର୍କୁ ରିଷ୍ଟାର୍ଟ କରନ୍ତୁ। ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ଟେଷ୍ଟ୍ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ କନେକ୍ସନ୍ ସ୍ଥିର ଅଛି। ଯଦି ସମସ୍ୟା ଜାରି ରହେ, ତେବେ ଆପଣଙ୍କର ଇଣ୍ଟରନେଟ୍ ସେବା ସହିତ ଯୋଗାଯୋଗ କରନ୍ତୁ।
ଫ୍ୟାକ୍ର୍ଟୀ ରିସେଟ୍:
ଯଦି ଏହିସବୁ ସମାଧାନଗୁଡିକ କାମ ନ କରେ ତେବେ ଫ୍ୟାକ୍ର୍ଟୀ ରିସେଟ୍ ଶେଷ ବିକଳ୍ପ ହୋଇପାରେ। ଏହା କରିବାକୁ "ସେଟିଂ"କୁ ଯାଆନ୍ତୁ ଏବଂ "ଫ୍ୟାକ୍ର୍ଟୀ ରିସେଟ୍" କିମ୍ବା "ରିସେଟ୍ ଟୁ ଡିଫଲ୍ଟ" ବିକଳ୍ପ ଭାବେ ଚୟନ କରନ୍ତୁ। ଧ୍ୟାନ ଦିଅନ୍ତୁ ଯେ ଏହି ପ୍ରକ୍ରିୟା ଆପଣଙ୍କର ସମସ୍ତ ତଥ୍ୟ ଏବଂ ସେଟିଂକୁ ଡିଲିଟ୍ କରିଦେବ। ତେଣୁ ପ୍ରଥମେ ବ୍ୟାକଅପ୍ କରନ୍ତୁ।