/odishatv-khabar/media/post_attachments/uploadimage/library/16_9/16_9_0/internet_1682338275.jpg)
internet
ଆଜିର ସମୟରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି । ଏମିତିକି ପିଲାମାନଙ୍କ ପାଠପଢ଼ିବା ପାଇଁ ସ୍ମାର୍ଟଫୋନ୍ର ଆବଶ୍ୟକତା ଜରୁରୀ ହୋଇପଡ଼ିଛି । ଅନ୍ଲାଇନ୍ କ୍ଲାସ୍ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍ ବ୍ୟବହାର ମଧ୍ୟ କରୁଥିବେ । ହେଲେ ଆପଣଙ୍କ ସ୍ମାର୍ଟ ଫୋନ୍ରେ ଆପଣ କିପରି ଡାଟା ସଞ୍ଚୟ କରିପାରିବେ । ଆସନ୍ତୁ ଜାଣିବା...
ଅଧିକ ପଢ଼ନ୍ତୁ: ଜିଓ-ଏୟାରଟେଲ୍ ୟୁଜର କେମିତି ପାଇବେ 5G ସେବା ? ଜାଣନ୍ତୁ...
ଇଣ୍ଟରନେଟ୍ ଡାଟା ବଞ୍ଚାଇବାକୁ ହେଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ...
୧. ଆପଣଙ୍କ ସ୍ମାର୍ଟ ଫୋନ୍ରେ ଇଣ୍ଟରନେଟ୍ ଡାଟା ବଞ୍ଚାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଗୁଗଲ ପ୍ଲେ-ଷ୍ଟୋରର ଅଟୋ ଅପ୍ଡେଟ୍ ଫିଚର ଅଫକରି ରଖିବାକୁ ପଡ଼ିବ । କାରଣ ପ୍ଲେ-ଷ୍ଟୋରର ଅଟୋ ଅପ୍ଡେଟ୍ ଫିଚର ଅନ୍ ରଖିବା ଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ ।
୨. ଆପଣଙ୍କ ଫୋନ୍ରେ ଅନେକ ଆପ୍ ରହିଥିବ । ଯାହାକୁ ଆପଣ ଅନାବଶ୍ୟକ ଭାବେ ନିଜ ଫୋନ୍ରେ ରଖିଥିବେ । ତେଣୁ ଆବଶ୍ୟକ ଆପ୍ ଗୁଡ଼ିକ ଛଡ଼ା ଅନାବଶ୍ୟକ ଆପ୍ ଗୁଡ଼ିକୁ ଆପଣଙ୍କ ଫୋନ୍ରୁ ଡିଲିଟ୍ କରିନିଅନ୍ତୁ । କାରଣ ସମସ୍ତ ଆପ୍ ଇଣ୍ଟରନେଟ୍ ଡାଟା କନଜ୍ୟୁମ୍ କରିଥା’ନ୍ତି । ତେଣୁ ଆପଣଙ୍କ ଫୋନରୁ ଶୀଘ୍ର ଡାଟା ଶେଷ ହୋଇଯାଇଥାଏ ।
୩. ସବୁଠାରୁ ବଡ଼ କଥା ହେଉଛି ଯେଉଁ ସମୟରେ ଆପଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ସେହି ସମୟରେ ଇଣ୍ଟରନେଟ୍ ଡାଟା ଅନ୍ କରନ୍ତୁ । ଅନ୍ୟ ସମୟରେ ଆପଣଙ୍କ ସ୍ମାର୍ଟଫୋନ୍ରେ ରହିଥିବା ଡାଟାସେଭର ମୋଡ୍କୁ ଅନ୍ ରଖିପାରିବେ । କାରଣ ଆପଣଙ୍କ ଫୋନ୍ର ମାତ୍ର ଏହି ଗୋଟିଏ ବଟନ୍ ଆପଣଙ୍କ ଡାଟାକୁ ସଞ୍ଚୟ କରିପାରିବ ।
୪. ଶେଷରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ । ଅପଣ ଯେତେବେଳେ ୟୁଟ୍ୟୁବ୍ରେ ଭିଡିଓ ଦେଖୁଛନ୍ତି ସେତେବେଳେ ଭିଡିଓର କ୍ୱାଲିଟି ନର୍ମାଲ କରିଦେଖନ୍ତୁ । ନର୍ମାଲ କ୍ୱାଲିଟିର ଭିଡିଓ ଦେଖିବା ଯୋଗୁଁ ଆପଣଙ୍କ ଡାଟା ସେଭ୍ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)