Advertisment

ଜିଓ-ଏୟାରଟେଲ୍‌ ୟୁଜର କେମିତି ପାଇବେ 5G ସେବା ? ଜାଣନ୍ତୁ...

ଆପଣଙ୍କ ସିମ୍‌ 4G ରୁ 5G ହୋଇଯିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
5G

5G

ଭାରତରେ ଆରମ୍ଭ ହୋଇସାରିଛି 5G ସେବା । ଲଞ୍ଚ ହେବାର ମାତ୍ର ୪ ମାସ ମଧ୍ୟରେ ଦେଶର ପ୍ରାୟ ୫୦ ସହରରେ 5G ସେବା ଉପଲବ୍ଧ ହେଉଛି । ଭାରତରେ ଦୁଇ ଟେଲିକମ୍‌ ସଂସ୍ଥା ଏୟାରଟେଲ ଓ ଜିଓ 5G ସେବା ଯୋଗାଉଛନ୍ତି । ଏହି ଦୁଇ ସଂସ୍ଥା ସାରା ଭାରତରେ ଯଥାଶୀଘ୍ର 5G ସେବା ପହଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଦୁଇରୁ ତିନି ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରେ 5G ସେବା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ନିକଟରେ ଓଡ଼ିଶାରେ ମଧ୍ୟ 5G ସେବା ଆରମ୍ଭ ହୋଇଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ଗତ ୫ ତାରିଖରେ 5G ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ । ଜିଓ ଏବଂ ଏୟାରଟେଲ, ଦାବି କରିଛନ୍ତି ଯେ, ଆପଣଙ୍କ ସହରରେ 5G ନେଟ୍‌ୱର୍କ ଆସିବା ମାତ୍ରେ ଏହା ଆପେ ଆପେ ଆପଣଙ୍କ ମୋବାଇଲ ସହ କନେକ୍ଟ ହୋଇଯିବ । ଆପଣଙ୍କ ସିମ୍‌ 4G ରୁ 5G ହୋଇଯିବ ।

4G ଠାରୁ ୨୦-୩୦ ଗୁଣା ଫାଷ୍ଟ ରହିବ 5G ନେଟୱର୍କ । ଏବେ ଟେଲିକମ୍‌ ସଂସ୍ଥା ଜିଓ ପକ୍ଷରୁ ଇନ୍‌ଭାଇଟ୍‌ କରି 5G ନେଟ୍‌ୱାର୍କ ଯୋଗାଇ ଦିଆଯାଉଛି । ଜାନୁଆରୀ ୫ରୁ ସଂସ୍ଥା ପକ୍ଷରୁ ବିଭିନ୍ନ ଅଫର ଜାରି କରାଯାଇଛି । ଉପଭୋକ୍ତାଙ୍କୁ 4G ପ୍ଲାନ୍‌ରେ ମଧ୍ୟ 5G ସେବା ଦେଉଛି ଜିଓ । ଭୁବନେଶ୍ୱର ଏବଂ କଟକରେ ଏହି ଅଫର ଚାଲିଛି । ମୋବାଇଲରେ 5G ଷ୍ଟାର୍ଟ ହେଲେ 4G ପ୍ଲାନ୍‌ରେ ବି ଗ୍ରାହକଙ୍କୁ ପାଖାପାଖି 1Gbps ସ୍ପିଡ୍‌ରେ ଇଣ୍ଟରନେଟ୍ ମିଳିବ । ଜିଓ 5G ସେବା ଆକ୍ଟିଭ୍‌ କରିବାକୁ ଚାହୁଁଥିଲେ ଆପଣଙ୍କ ସିମ୍‌ରେ ବା ନମ୍ବରରେ ଅତି କମ୍‌ରେ ବେସିକ୍‌ ୨୩୯ ଟଙ୍କିଆ ପ୍ୟାକ୍‌ କିମ୍ବା ତାଠାରୁ ବଡ଼ ପ୍ୟାକ୍‌ ଆକ୍ଟିଭ୍‌ ରହିଥିବା ଦରକାର ।

Advertisment

5Gର ଏବେ ଦିଲ୍ଲୀ ଏନ୍‌ସିଆର୍‌, ମୁମ୍ବାଇ, କୋଲକତା, ବାରାଣାସୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ, ନାଥଦ୍ୱାରା, କୋଚି, ବିଶାଖାପାଟଣା, ବିଜୟୱାଡ଼ା, ଗୁଣ୍ଟୁର, ତିରୁମାଳ, ଭୋପାଲ, ଇନ୍ଦୋର, ଲକ୍ଷ୍ନୌ, ତ୍ରିଭନ୍ଦ୍ରମ୍, ମହିସୁର, ନାସିକ୍, ଔରଙ୍ଗାବାଦ୍, ଚଣ୍ଡିଗଡ଼ ଟ୍ରାଇସିଟି, ମୋହାଲି, ପଞ୍ଚକୁଲା, ଜିରାକପୁର, ଖରାର, ଡରାବସି, ଭୁବନେଶ୍ୱର, କଟକ ଏବଂ ଗୁଜରାଟର ୩୩ଟି ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି ଜିଓ ଟ୍ରୁ 5G ସେବା ।

ଅନ୍ୟପକ୍ଷରେ ଏୟାରଟେଲ 5G ବ୍ୟାବସାୟିକ କ୍ଷେତ୍ରରେ ଲଞ୍ଚ କରିଛି । ଅର୍ଥାତ୍‌ ସାଧାରଣ ଏୟାରଟେଲ ୟୁଜର 5G ଫୋନ୍ ଧରିଥିଲେ ବିନା କୌଣସି ସେଟିଂରେ 5G ସେବା ପାଇପାରିବେ । ଏୟାରଟେଲ 5G ପ୍ଲସ୍‌ ଏବେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର, ବରାଣାସୀ, ପାନିପତ, ଗୁରୁଗ୍ରାମ, ଗହ୍ୱାଟି, ପାଟନା, ଲକ୍ଷ୍ନୌ, ସିମ୍‌ଲା, ଇମ୍ଫାଲ୍‌, ଅହମ୍ମଦାବାଦ, ଭାଇଜାଗ, ପୁଣେ, ଇନ୍ଦୋର ଏବଂ ଭୁବନେଶ୍ୱରରେ ଉପଲବ୍ଧ ।

5G Internet
Advertisment
Advertisment