Advertisment

Technology: ଆପଣ ବୁକ୍ କରିଥିବା ହୋଟେଲ୍ ରୁମ୍‌ରେ ହିଡେନ୍ କ୍ୟାମେରା ନାହିଁ ତ… ସ୍ମାର୍ଟଫୋନ୍‌ରେ କରନ୍ତୁ ଯାଞ୍ଚ

ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍‌ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
How to Find Hidden Camera

How to Find Hidden Camera

Advertisment

ଆଜିର ଡିଜିଟାଲ ଯୁଗରେ ଗୋପନୀୟତା ବଜାୟ ରଖିବା ଏକ ବଡ ଆହ୍ୱାନ ହୋଇଯାଇଛି। ଅନେକ ସମୟରେ ହୋଟେଲ ରୁମ୍‌, ଏୟାର୍‌ବିଏନ୍‌ବି କିମ୍ବା ଅନ୍ୟାନ୍ୟ ଭଡାଘରେ ହିଡେନ୍ କ୍ୟାମେରାର ଘଟଣା ସାମ୍ନାକୁ ଆସିଥାଏ। ଏହା କେବଳ ଆପଣଙ୍କର ଗୋପନୀୟତାର ଉଲ୍ଲଂଘନ ନୁହେଁ, ବରଂ ଏକ ଗୁରୁତର ଅପରାଧ ମଧ୍ୟ।

Advertisment

ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍‌ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।

ଅଧିକ ପଢ଼ନ୍ତୁ: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା

Advertisment

ରୁମ୍‌କୁ ଭଲ ଭାବରେ ଯାଞ୍ଚ କରନ୍ତୁ:

ପ୍ରଥମେ ରୁମ୍‌କୁ ଭଲଭାବେ ଯାଞ୍ଚ କରନ୍ତୁ। ହିଡେନ୍ କ୍ୟାମେରା ପ୍ରାୟତଃ ସେହି ସ୍ଥାନରେ ଲଗାଯାଇଥାଏ ଯାହାକୁ ଅଣଦେଖା କରାଯାଏ। ଯେପରିକି ସ୍ମୋକ୍ ଡିଟେକ୍ଟର, ଆଲାର୍ମ ଘଣ୍ଟା, ଲ୍ୟାମ୍ପ୍‌, ଟିଭି କିମ୍ବା ପାୱାର ଆଉଟ୍‌ଲେଟ୍। ଛୋଟ ଛୋଟ ଫାଙ୍କରେ କିମ୍ବା ଡିଭାଇସ୍‌ରେ ପ୍ରାୟତଃ ହିଡେନ୍ କ୍ୟାମେରା ଲଗାଯାଇଥାଏ।

ଏହାକୁ ଯାଞ୍ଚ କରିବାକୁ ହେଲେ ପ୍ରଥମେ ଲାଇଟ୍ ବନ୍ଦ କରନ୍ତୁ ଏବଂ ମୋବାଇଲର ଫ୍ଲାସ୍ ଲାଇଟ୍ ବ୍ୟବହାର କରନ୍ତୁ। କ୍ୟାମେରାର ଲେନ୍ସ ଚକଚକିଆ ହୋଇଥାଏ, ଯାହା ଫ୍ଲାସ୍ ଲାଇଟ୍ ଆଲୋକରେ ଦେଖାଯିବ। କାନ୍ଥ, ଛାତ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଉପରେ ବିଶେଷ ଫୋକସ୍ କରନ୍ତୁ।

Advertisment

ମୋବାଇଲ୍ କ୍ୟାମେରାରେ ସ୍କାନ୍:

ଆପଣଙ୍କ ଫୋନର କ୍ୟାମେରା ଟର୍ନ୍ ଅନ୍ କରନ୍ତୁ ଏବଂ ରୁମ୍ ଚାରିପାଖ ସ୍କାନ୍ କରନ୍ତୁ। ବେଳେବେଳେ ହିଡେନ୍ କ୍ୟାମେରା ଇନ୍‌ଫ୍ରାରେଡ୍ ଲାଇଟ୍ ବ୍ୟବହାର କରେ, ଯାହା ଖାଲି ଆଖିରେ ଦେଖାଯାଏ ନାହିଁ, କିନ୍ତୁ ମୋବାଇଲ୍ କ୍ୟାମେରାରେ ଦେଖାଯାଏ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

ୱାଇଫାଇ ନେଟୱାର୍କ ଯାଞ୍ଚ:

ହିଡେନ୍ କ୍ୟାମେରା ପ୍ରାୟତଃ ୱାଇ-ଫାଇ ନେଟ୍‌ୱାର୍କ ମାଧ୍ୟମରେ କାମ କରିଥାଏ। ରୁମର ୱାଇ-ଫାଇ ନେଟ୍‌ୱାର୍କ ଯାଞ୍ଚ କରନ୍ତୁ ଏବଂ ଅଜବ ଉପକରଣ ନା ଦେହି ସତର୍କ ରୁହନ୍ତୁ। ଏଥିପାଇଁ ଆପଣ “Fing” ପରି ଆପ୍ ବ୍ୟବହାର କରିପାରିବେ।

ବଜାରରେ ଏପରି ଉପକରଣ ଉପଲବ୍ଧ ଯାହା ହିଡେନ୍ କ୍ୟାମେରା ଏବଂ ମାଇକ୍ରୋଫୋନ୍ ଚିହ୍ନଟ କରିବାରେ ସାହାଯ୍ୟ କରେ। ଆପଣ ଏଗୁଡିକ କିଣି ପାରିବେ ଏବଂ ନିଜ ଭ୍ରମଣରେ ଏହାକୁ ନେଇପାରିବେ ।

ହୋଟେଲ ମ୍ୟାନେଜର୍‌ଙ୍କୁ ଜଣାନ୍ତୁ:

ଯଦି ଆପଣ କୌଣସି ସନ୍ଦେହଜନକ ଉପକରଣ ପାଉଛନ୍ତି, ତେବେ ତୁରନ୍ତ ହୋଟେଲ ମ୍ୟାନେଜର୍‌ଙ୍କୁ ଜଣାନ୍ତୁ। ତାଙ୍କ ସାହାଯ୍ୟରେ ଆପଣ ଏହାକୁ କାଢିପାରିବେ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ହୋଟେଲ ରୁମ୍‌ରେ ଏକ ହିଡେନ୍ କ୍ୟାମେର ଅଛି, ତେବେ ଏହି ଟିପ୍ସକୁ ନିଶ୍ଚିତ ବ୍ୟବହାର କରନ୍ତୁ।

ଅଧିକ ପଢ଼ନ୍ତୁ: ଆପଣଙ୍କ ସ୍ମାର୍ଟ ଟିଭି ବାରମ୍ବାର ହ୍ୟାଙ୍ଗ୍ ହେଉଛି କି… ବ୍ୟସ୍ତ ହୁଅନ୍ତୁ ନାହିଁ; ନିଜେ କରନ୍ତୁ ସମାଧାନ

Smartphones Hotels Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ