• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ପ୍ରାୟ ସମସ୍ତେ ବ୍ୟସ୍ତ ରହୁଛନ୍ତି । ପିଲାଠୁ ବୟସ୍କ ଯାଏଁ ସମସ୍ତେ ବ୍ୟବହାର କରୁଛନ୍ତି ଇଣ୍ଟରନେଟ୍‌ । ଗୁଗଲ, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟ୍ୱିଟର ପରି ଅନେକ ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି । ହେଲେ ଆପଣ ଜଣନ୍ତି କି... ଆପଣ ବ୍ୟବହାର କରୁଥିବା ସୋସିଆଲ୍‌ ମିଡିଆ ଦ୍ୱାରା ଆପଣଙ୍କ ତଥ୍ୟ ବା ଡାଟା ଚୋରି ହେଉଛି ।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍‌ବୁକ୍‌ ପରି ଆପ୍‌ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି । ଗୁଗୁଲ ଏବଂ ଫେସବୁକ ପରି ଆପ୍‌ ପିଲାମାନଙ୍କ ଦ୍ୱାରା ତଥ୍ୟ ଚୋରି କରୁଛି । ଡାଟା ପ୍ରାଇଭେସୀ କମ୍ପାନୀ ଆରକା ଏହି ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ: ଅସୁବିଧାରେ ପକାଉଛି କି ଫେସ୍‌ବୁକ୍‌ ଓଡ଼ିଆ ଟ୍ରାନ୍ସଲେଟର...ଜାଣନ୍ତୁ କାରଣ...

କମ୍ପାନୀ କହିଛି ଯେ ପିଲାମାନଙ୍କ ଆପରୁ ସଂଗୃହିତ ତଥ୍ୟ ଗୁଡ଼ିକ ଅଧାରୁ ଅଧିକ ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଳିଥିଲା । ରିସର୍ଚ୍ଚ ଅନୁସାରେ କ୍ରୀଡ଼ା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କୋଡିଂ ଏବଂ ଶିଶୁଙ୍କ ଯତ୍ନ ଭଳି ମୋଟ ୯ଟି ବର୍ଗରେ ୬୦ଟି ପିଲାଙ୍କ ଆଣ୍ଡ୍ରଏଡ୍ ବ୍ୟବହାର ଉପରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ତାଲିକାର ଶୀର୍ଷରେ ରହିଛି । ଏହି ଡାଟା ଚୋରିକୁ ହିସାବକୁ ନେଲେ ଗୁଗଲ ୩୩ ପ୍ରତିଶତ ଓ ଫେସବୁକ୍ ୨୨ ପ୍ରତିଶତ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି ।

ସେହପରି ଅନ୍ୟ କିଛି ଆପ୍‌ ମଧ୍ୟ ପିଲାମାନଙ୍କ ଡାଟା ଚୋରି କରୁଥିବା ସୂଚନା ଦେଇଛି ଡାଟା ପ୍ରାଇଭେସୀ କମ୍ପାନୀ ଆରକା । ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ୮୫ ପ୍ରତିଶତ ଆପ ଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଚୋରି କରିଥିବା ସୂଚନା ଦିଆଯାଇଛି । ଯାହାକି ପିଲାମାନଙ୍କ କ୍ଷେତ୍ରରେ କ୍ଷତି ଘଟାଇପାରେ ବୋଲି କୁହାଯାଉଛି ।