Advertisment

Dont Search These Things: ଭୁଲରେ ବି ସର୍ଚ୍ଚ କରନ୍ତୁନି ଏହି ୪ ଜିନିଷ, ହୋଇପାରେ ଜେଲ

ଆଜିର ଡିଜିଟାଲ ଯୁଗରେ କୌଣସି ସୂଚନା ପାଇବାର ପ୍ରଥମ ସୋର୍ସ Google ହି ରହିଥାଏ। ତେବେ ଗୁଗୁଲରେ ସବୁ କିଛି ସର୍ଚ୍ଚ କଲେ ଏହାର ଉତ୍ତର ମିଳିଥାଏ। ମାତ୍ର ବେଳେ ବେଳେ ଏହା କୌଣସି ୟୁଜରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
goodle

goodle

ଆଜିର ଡିଜିଟାଲ ଯୁଗରେ କୌଣସି ସୂଚନା ପାଇବାର ପ୍ରଥମ ସୋର୍ସ Google ହି ରହିଥାଏ। ତେବେ ଗୁଗୁଲରେ ସବୁ କିଛି ସର୍ଚ୍ଚ କଲେ ଏହାର ଉତ୍ତର ମିଳିଥାଏ। ମାତ୍ର ବେଳେ ବେଳେ ଏହା କୌଣସି ୟୁଜରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ। ବିଭିନ୍ନ ସରକାରୀ ସଂସ୍ଥାନ ଗୁଡିକ ୟୁଜର ମାନଙ୍କର ପ୍ରତିଟି ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି।

Advertisment

ଅନେକ ଲୋକ ଗୁଗୁଲକୁ କୌଣସି ଉପାଦେୟ ସୂଚନା ସଂଗ୍ରହ ପାଇଁ ବ୍ୟବହାର କରିଥାନ୍ତି। ତେବେ କିଛି ବ୍ୟକ୍ତି ଏମିତି କିଛି ଭୁଲ ଜିନିଷ ସର୍ଚ୍ଚ କରିଥାନ୍ତି ଯାହା ଦ୍ବାରା ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ସଜା ହୋଇପାରେ । ଏହି ସବୁ ସର୍ଚ୍ଚ ଗୁଡିକ ଯାହା ଅନୈତିକ ଓ ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ, ସେଥିରୁ ଦୂରେଇ ରହିବା ଉଚିତ।

ବୋମା କିପରି ତିଆରି କରିବା- ଯଦି କୌଣସି ବ୍ୟକ୍ତି ସର୍ଚ୍ଚ କରୁଛନ୍ତି ବୋମା କିଭଳି ତିଆରି କରିବେ ତେବେ ଏହା ପ୍ରାୟ ସମସ୍ତ ଦେଶରେ ଆଇନ ବିରୋଧୀ। ଏହା ଜାତୀୟ ସୁରକ୍ଷା ସହିତ ଜଡିତ ରହିଥାଏ। ଜାତୀୟ ସୁରକ୍ଷା ଏଜେନ୍ସି ଗୁଡିକ ଏଭଳି ସର୍ଚ୍ଚ ଉପରେ ନଜର ରଖିଥାନ୍ତି। ସରକାର ଆତଙ୍କବାଦ ବିରୋଧୀ ନିୟମକୁ କଡାକଡି କରିଥିବା ବେଳେ ଏଭଳି ସର୍ଚ୍ଚ କରିବା ଦ୍ବାରା ତଦନ୍ତର ସମ୍ମୁଖୀନ ହେବା ସହିତ ଜେଲ ଯିବାକୁ ପଡିପାରେ। ଏପରିକି ଯଦି କେହି ମଜାରେ କି ଜାଣିବା ପାଇଁ ମଧ୍ୟ ସର୍ଚ୍ଚ କରିଥାଏ ତାକୁ ମଧ୍ୟ ଆଇନର ସମ୍ମୁଖୀନ ହେବାକୁ ପଡିଥାଏ।

Advertisment

ଚାଇଲ୍ଡ ପର୍ଣ୍ଣୋଗ୍ରାଫି- ସମଗ୍ର ବିଶ୍ବରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ଏକ ଅକ୍ଷମଣୀୟ ଅପରାଧ ଭାବରେ ବିବେଚନା କରାଯାଏ। ଏଥି ପାଇଁ କଡା ଦଣ୍ଡ ବ୍ୟବଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏଥିପାଇଁ ଅନେକ ଅନ୍ତର୍ଜାତୀୟ ନିୟମ ରହିଥିବା ବେଳେ ଭାରତରେ ପୋକ୍ସୋ ଆଇନ ରହିଛି। ଗୁଗୁଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ପର୍କିତ ସର୍ଚ୍ଚ ପାଇଁ ଅଧିକ ଫାଇନ ସହିତ ଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ସରକାରୀ ଓ ସାଇବର ସିକ୍ୟୁରିଟି ସଂସ୍ଥା ମିଳିତ ଭାବରେ ଏଭଳି କଣ୍ଟେଣ୍ଟକୁ ବ୍ୟାନ କରିବାକୁ ପ୍ରୟାସ କରିଥାନ୍ତି। ଏପରିକି ଅଜାଣତରେ ମଧ୍ୟ ଏଭଳି କଣ୍ଟେଣ୍ଟ ଦେଖିବା ଦ୍ବାରା ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଅଧିକ ପଢ଼ନ୍ତୁ: ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

ହ୍ୟାକିଙ୍ଗ ଟ୍ୟୁଟୋରିଆଲ- ଅନଲାଇନରେ ଯଦି କେହି ହ୍ୟାକିଙ୍ଗ ଟ୍ୟୁଟୋରିଆଲ ଶିଖାଉଥାଏ ତେବେ ଏହା ସାଇବର ସୁରକ୍ଷା ନିୟମର ଉଲ୍ଲଂଘନ କରିଥାଏ। ସେହିପରି ବ୍ୟାନ ହୋଇଥିବା ଆପ ଗୁଡିକ ବ୍ୟବହାର କରିବା ଆଇଟି ଆକ୍ଟର ଉଲ୍ଲଂଘନ ଭାବରେ ବିବେଚନା କରାଯାଏ। ଏଥିକାଲ ହ୍ୟାକିଙ୍ଗକୁ ସ୍ବୀକୃତି ମିଳିଥିବା ବେଳେ ଏହା ଶିକ୍ଷା ଦିଆଯାଇ ପାରିବ। ମାତ୍ର ଯଦି କେହି ଅନୈତିକ ଭାବରେ ହ୍ୟାକିଙ୍ଗ ଶିକ୍ଷା ଦେଉଥାଏ ତାଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି।

ପାଇରେଟେଡ ସିନେମା- କୌଣସି ୱେବସାଇଟରୁ ଅନଲାଇନରେ ଏକ ଫିଲ୍ମ ଡାଉନଲୋଡ କରିବା ଅନେକଙ୍କ ପାଇଁ ଅପରାଧ ଭଳି ମନେ ହୋଇ ନଥାଏ। ତେବେ ଏହା ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଓ କପିରାଇଟ ଆକ୍ଟର ଉଲ୍ଲଂଘନ। ଭୁଲରେ ଏଭଳି ଫିଲ୍ମ ଡାଉନଲୋଡ କଲେ ମଧ୍ୟ ଦଣ୍ଡର ବ୍ୟବସ୍ଥା ରହିଛି। ବିଦେଶରେ ଏଭଳି ଅପରାଧ ପାଇଁ ମିଲିୟନ ଡଲାର ଫାଇନ ରହୁଥିବା ବେଳେ ଭାରତରେ ୧୦ ଲକ୍ଷ ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା ରହିଛି।

ଏହି ଭଳି ସର୍ଚ୍ଚରୁ ଦୂରରେ ରହି ସୁରକ୍ଷିତ ଭାବରେ ବ୍ରାଉଜିଙ୍ଗ କରିବା ଦ୍ବାରା ନିଜକୁ ଆପଣ ସୁରକ୍ଷିତ ରଖି ପାରିବେ।

ଅଧିକ ପଢ଼ନ୍ତୁ: ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ

Google Google Search
Advertisment
Advertisment