• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ପାର୍ବଣ ଋତୁ ଆରମ୍ଭ ହେଲେ ସରକାରଙ୍କ ପକ୍ଷରୁ ନୂଆ ନୂଆ ନିୟମ ଲାଗୁ କରାଯାଏ । ଯେମିତି ସାଧାରଣ ଲୋକେ ସୁରକ୍ଷିତ ଭାବେ ପାର୍ବଣର ମଜା ନେଇପାରିବେ । ରାସ୍ତାରେ ମଦ ପିଇ ଗାଡ଼ି ଚଳାଇବାକୁ ବାରଣ କରାଯାଇଥାଏ ଲୋକଙ୍କୁ । ଖାଲି ସେତିକି ନୁହେଁ ଯଦି କେହି ମଦ ପିଇ ଗାଡ଼ି ଚଳାଇବା ବେଳେ ପୋଲିସ ହାତରେ ଧରାପଡ଼ନ୍ତି ତେବେ ସେମାନଙ୍କ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଦେବାକୁ ହୋଇଥାଏ । ଏହି ଜୋରିମାନା ରାଶି ଆଗରୁ ୨୦୦୦ ଟଙ୍କା ରହିଥିଲା । କିନ୍ତୁ ପରେ ଏହାକୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୧୯ ପରେ ଏହି ନିୟମ ଅଧିକ କଡ଼ାକଡ଼ି କରାଯାଇଛି । ମଦ ପିଇ ଗାଡ଼ି ଚଳାଇଥିଲେ ୧୦ ହଜାର ଟଙ୍କା ଜୋରିମାନା ସହ ୬ ମାସ ଜେଲ ଦଣ୍ଡର ବ୍ୟବସ୍ଥ ମଧ୍ୟ ରହିଛି ।

ତେବେ ଏଭଳି ମଦ ପିଇ ଗାଡ଼ି ଚଳାଇଲେ ଜୋରିମାନା ବ୍ୟବସ୍ଥା ପ୍ରାୟ ସବୁ ଦେଶରେ ରହିଛି କେଉଁ ଦେଶରେ ଅଳ୍ପ ତ କେଉଁଠି ବେଶି ଜୋରିମାନା ରହିଛି । କେଉଁଠି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେଉଛି ତ କେଉଁଠି ଜେଲ୍‌ ପଠାଯାଉଛି । ତେବେ ଭାରତରେ ମଦ ପିଇ ଗାଡ଼ି ଚଳାଇବା ଦ୍ୱାରା ନିଇତି ଅନେକଙ୍କ ଜୀବନ ଯାଉଛି ।

ତେବେ ଏହାରି ଭିତରେ ଅଷ୍ଟ୍ରେଲିଆ ଏକ ନୂଆ ଟେକ୍ନୋଲୋଜି ଆରମ୍ଭ କରିଛି । ଗାଡ଼ିରେ ଏମିତି ଏକ ଟେକ୍ନୋଲୋଜି ରହୁଛି ଯାହା କି ମଦ ପିଇଥିଲେ ଗାଡ଼ି ଷ୍ଟାର୍ଟ ହେବ ନାହିଁ । ଏହି ଟେକ୍ନୋଲୋଜି କଥା ବୋଧ ହୁଏ ଆପଣ କେବେ ଶୁଣିନଥିବେ । ଏହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ଏହି ଟେକ୍ନୋଲୋଜି ହେଉଛି “ଇଗ୍ନିଶନ ଇଣ୍ଟରଲକ୍‌ ସିଷ୍ଟମ” । ଏହି ଟେକ୍ନୋଲୋଜି ପୋଲିସର ଅନେକ କାମ ହାଲୁକା କରିଦେବ । ଆଉ ମଦୁଆଙ୍କୁ ଧରିବା ଟେନ୍‌ସନ୍‌ ରହିବନି ପୋଲିସର ।

ଅଧିକ ପଢ଼ନ୍ତୁ: କୁନି କୁନି ପିଲା ତିଆରି କଲେ ସ୍ମାର୍ଟ ହେଲମେଟ୍ ! ମଦ ପିଇଲେ ଷ୍ଟାର୍ଟ ହେବନି ବାଇକ୍‌

“ଇଗ୍ନିଶନ ଇଣ୍ଟରଲକ୍‌ ସିଷ୍ଟମ” । ଏହି ଟେକ୍ନୋଲୋଜିର କାମ ହେଲା ଡ୍ରାଇଭର ଯେତେବେଳେ ଗାଡ଼ିରେ ବସିବ ସେତେବେଳେ ଷ୍ଟାର୍ଟ କରିବା ପାଇଁ ଏକ ବ୍ରେଥ୍‌ ଆନାଲାଇଜର ପାଇପ୍‌ରେ ଫୁଙ୍କିବାକୁ ପଡ଼ିବ । ଯଦି ଡ୍ରାଇଭର ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଆଲୋକହଲ ଗ୍ରହଣ କରିଥିବ ତେବେ ଗାଡ଼ି ଷ୍ଟାର୍ଟ ହେବ ନାହିଁ। ଏଥିରେ ଏକ କ୍ୟାମେରା ମଧ୍ୟ ଲାଗିଛି । ଯେଉଁଥିରେ ଡ୍ରାଇଭର ଜଣକ ଫୁଙ୍କିବାର ଫଟୋ ମଧ୍ୟ ଉତ୍ତୋଳନ ହେବ ।

ଏହି ଟେକ୍ନୋଲୋଜି ଦ୍ୱାରା ଅନେକାଂଶରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ ସଂଖ୍ୟା କମିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତିକି ପୋଲିସକୁ ମଧ୍ୟ ଏହି ଝିନ୍‌ଝଟ୍‌ରୁ ମୁକ୍ତି ମିଳିବ।

OTV is now on Whatsapp

Join and get latest news update delivered to you via whatsapp

Join Now